ଦେଶ ବିଦେଶ

Ajit Doval: ‘ଅପରେସନ୍ ସିନ୍ଦୂର’କୁ ନେଇ ଅଜିତ ଡୋଭାଲଙ୍କ ବଡ଼ ଖୁଲାସା, ପାତାଳରୁ ବି ଖୋଜି ମାରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ

ଡିସ୍କଭରିର ଏକ ନୂତନ ଡକ୍ୟୁମେଣ୍ଟାରିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏନ୍‌ଏ) ଅଜିତ ଡୋଭାଲ ସେହି ଗୁପ୍ତ ମିସନର କାହାଣୀ ବ୍ୟକ୍ତ କରିଛନ୍ତି, ଯାହା ସୀମା ଆରପାରିରେ ବସିଥିବା ଆତଙ୍କୀ ମୁଖିଆମାନଙ୍କ ନିଦ ହଜାଇ ଦେଇଥିଲା

ନୂଆଦିଲ୍ଲୀ: ପହଲଗାମରେ ଯେତେବେଳେ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କ ରକ୍ତ ବହାଇଲେ, ସେତେବେଳେ ସାରା ଦେଶ କ୍ରୋଧରେ ଜଳିଉଠିଥିଲା । ଉଲ୍ଲେଖଯୋଗ୍ୟ, ଡିସ୍କଭରିର ଏକ ନୂତନ ଡକ୍ୟୁମେଣ୍ଟାରିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏନ୍‌ଏ) ଅଜିତ ଡୋଭାଲ ସେହି ଗୁପ୍ତ ମିସନର କାହାଣୀ ବ୍ୟକ୍ତ କରିଛନ୍ତି, ଯାହା ସୀମା ଆରପାରିରେ ବସିଥିବା ଆତଙ୍କୀ ମୁଖିଆମାନଙ୍କ ନିଦ ହଜାଇ ଦେଇଥିଲା । ସେ ଖୁଲାସା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ସ୍ପଷ୍ଟ ଥିଲା ଯେ ‘ଅପରାଧୀ ପାତାଳରେ ଥିଲେ ବି ସେମାନଙ୍କୁ ଖୋଜି ବାହାର କରି ଶେଷ କରାଯିବ ।

ଦିଲ୍ଲୀରେ ପହଞ୍ଚିବା ପରେ ସେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହ ତୁରନ୍ତ ଏକ ବୈଠକ କରି ସମସ୍ତ ଅପରାଧୀଙ୍କୁ ଚିହ୍ନଟ କରିବାକୁ କହିଥିଲେ । କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗୁପ୍ତଚର ସୂଚନା ସଂଗ୍ରହ କରାଯାଇ ଲକ୍ଷ୍ୟ ସ୍ଥିର କରାଯାଇଥିଲା, ଯଦ୍ଦ୍ୱାରା ନାଗରିକ ଓ ସାମରିକ କ୍ଷୟକ୍ଷତି କମ୍ ରଖାଯାଇପାରିବ । ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆର୍‌ଏଫ) ନିଜକୁ ଦାୟୀ କରିଥିଲା। ଏହାର ଜବାବ ଦେବା ପାଇଁ ‘ଅପରେସନ୍ ସିନ୍ଦୂର’ ଯୋଜନା ପ୍ରସ୍ତୁତ କରାଯାଇ ସେନାର ତିନୋଟି ଯାକ ବାହିନୀକୁ ଆଲର୍ଟ ମୋଡ୍‌ରେ ରଖାଯାଇଥିଲା । ଗୁପ୍ତଚର ସୂଚନା ଆଧାରରେ ୯ ଟି ବଡ଼ ଆତଙ୍କବାଦୀ ଶିବିର ଚୟନ କରାଯାଇଥିଲା, ଯେଉଁଥିମଧ୍ୟରୁ ୫ ଟି ପ୍ରତିଷ୍ଠାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏବଂ ୪ଟି ପ୍ରତିଷ୍ଠାନ ସିଧାସଳଖ ପାକିସ୍ତାନ ଭିତରେ ଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button