ରାଜ୍ୟ

Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା

ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ‘ଜୟ ଯବାନ, ଜୟ କିସାନ ଦିବସ’ ପାଳନ। ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା ସହ ୫ଟି ଆଦର୍ଶ ଗ୍ରାମରେ ପ୍ରାୟ ୧,୦୦୦ ଚାରାରୋପଣ କରାଯାଇଛି।

ଭୁବନେଶ୍ବର: ‘ଜୟ ଯବାନ, ଜୟ କିସାନ’ ଆଦର୍ଶକୁ ଆଧାର କରି ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ଚଳିତ ବର୍ଷ ୧୫ ଅଗଷ୍ଟକୁ ‘ଜୟ ଜବାନ, ଜୟ କିସାନ ଦିବସ’ ଭାବେ ପାଳନ କରାଯାଇଛି।

ସ୍ୱାଧୀନତା ଦିବସ ଉପଲକ୍ଷେ କମ୍ପାନୀ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଆଦର୍ଶ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପୂର୍ବତନ ସୈନିକ ତଥା ବର୍ତ୍ତମାନ କୃଷି କାର୍ଯ୍ୟରେ ନିୟୋଜିତ କୃଷକମାନଙ୍କୁ ସମ୍ମାନିତ କରାଯାଇଥିଲା।

ପୂର୍ବତନ ସୈନିକମାନେ କାର୍ଯ୍ୟ ନିବୃତ୍ତ ପରେ କୃଷିକୁ ଜୀବିକା ଭାବେ ଆପଣାଇ ଅନ୍ୟ କୃଷକଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେମାନଙ୍କୁ ସମ୍ମାନ ଦେବା ସହିତ ଆଧୁନିକ କୃଷି ପ୍ରଯୁକ୍ତି ଓ ବୈଷୟିକ ପରାମର୍ଶ ମାଧ୍ୟମରେ କୃଷକଙ୍କ ଆୟ ଓ ଜୀବନଧାରଣର ମାନ ବୃଦ୍ଧି କରିବା ହେଉଛି କମ୍ପାନୀର ମୁଖ୍ୟ ଲକ୍ଷ୍ୟ ବୋଲି କମ୍ପାନୀର ଉପସ୍ଥିତ କର୍ମକର୍ତ୍ତାମାନେ କହିଛନ୍ତି।

କମ୍ପାନୀର ଅଧିକାରୀମାନଙ୍କ ଉପସ୍ଥିତିରେ ତାଲମେଣ୍ଡା, ପସ୍ତିପଡ଼ା, ଟାଣ୍ଡାମୁଣ୍ଡା, ରାଣ୍ଡାପାଲି ଓ ଠାକୁରମାଲ ଭଳି ଗ୍ରାମରେ ପ୍ରାୟ ୧୦୦୦ଟି ବୃକ୍ଷ ଚାରାରୋପଣ କରାଯାଇଥିଲା। ତାଲମେଣ୍ଡାରେ ୨୦୦ ଗଛରୋପଣ, ପସ୍ତିପଡ଼ାରେ ୨୦୦ ଗଛ, ଟାଣ୍ଡାମୁଣ୍ଡାରେ ୨୦୦ ଗଛ, ରାଣ୍ଡାପାଲିରେ ୨୦୦ ଗଛ, ଠାକୁରମାଲରେ ୨୦୦ ଗଛ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଶିଷ ସ୍ବାଇଁ, ଶମ୍ଭୁ ପ୍ରସାଦ ବିଶ୍ବାଳ, ପ୍ରମୋଦ ବାବୁ, ଶ୍ରୀରାମ ପ୍ରସାଦ ସାହୁ, ଅଶ୍ବିନୀ କୁମାର ମହାପାତ୍ର ପ୍ରମୁଖସଂଯୋଜନା କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button