truck overturned ଜାତୀୟ ରାଜପଥରେ ଓଲଟିଲା ପରିବା ବୋଝେଇ ଟ୍ରକ, ୩ ଗୁରୁତର
ଚଣ୍ଡିଖୋଲ ନିକଟ ବନ୍ଦାଳ ଛକରେ ଏନ୍ଏଚ୍-୧୬ରେ ପରିବା ବୋଝେଇ ଟ୍ରକ୍ ଓଲଟି ୩ ଜଣ ଗୁରୁତର। ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଟ୍ରକ୍ ଭିତରୁ ଆହତଙ୍କୁ ଉଦ୍ଧାର କରିଛି।

ଚଣ୍ଡିଖୋଲ: ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଟ୍ରକ ଓଲଟି ପଡ଼ିଛି। ଟ୍ରକ୍ର ଚାଳକ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି।
ଏହି ଦୁର୍ଘଟଣାରେ ଚାଳକ ରହେମାନ ସର୍ଦ୍ଦାର (୪୭)ହେଲଫର ରୁସେଲ ମୁଲ୍ଲା (୩୮), ଓ ଅନ୍ୟ ଜଣେ ବ୍ୟକ୍ତିସମୀର ମଣ୍ଡଳ (୪୨) ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ ପଶ୍ଚିମବଙ୍ଗ ଅଞ୍ଚଳରୁ ଏହି ପରିବା ବୋଝେଇ ଟ୍ରକଟି ଜାତୀୟ ରାଜପଥ ଦେଇ କଟକ ଛତ୍ର ବଜାର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକଟି ବନ୍ଦାଳ ଛକ ନିକଟରେ ରାଜପଥ ପାର୍ଶ୍ୱରେ ଥିବା କେନାଲ ଭିତରକୁ ଖସି ପଡ଼ିଥିଲା ।
ଏନେଇ ଖବର ପାଇ ଚଣ୍ଡିଖୋଲ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ତିନିଜଣଙ୍କୁ କେନାଲ ପାଣି ଭିତରେ ପଡିଥିବା ଟ୍ରକ ଭିତରୁ ଉଦ୍ଧାର କରିଥିଲେ। ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୌଜନ୍ୟ ସମ୍ବାଦ




