ରାଜ୍ୟ

Suspicious death ଦୁଇ ଯୁବକଙ୍କ ମୃତ୍ୟୁ, ସନ୍ଦେହରେ ଇଟାନିର୍ମାଣ ଶ୍ରମିକଙ୍କ ଆତ୍ମହତ୍ୟା

କଟକ ଜଗତପୁରରେ ଇଟା କମ୍ପାନୀରେ କାମ କରୁଥିବା ମୟୂରଭଞ୍ଜର ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପରିବାର ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟ ଏକ ଘଟଣାରେ ରାଇରଙ୍ଗପୁର ଲିଙ୍କ୍‌ ରୋଡ୍‌ ନିକଟରୁ ୩୮ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ରାଇରଙ୍ଗପୁର:କଟକଜିଲ୍ଲା ଜଗତପୁରରେ ଏକ ଇଟା ନିର୍ମାଣ ସଂସ୍ଥାରେ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ଶ୍ରମିକଙ୍କ ଆତ୍ମହତ୍ୟା ଓ କଟକରେ ବ୍ୟବଚ୍ଛେଦ ନକରି ରାଇରଙ୍ଗପୁର ପଠାଇବାକୁ ନେଇ ପରିବାର ସଦସ୍ୟ ଆପତ୍ତି ଉଠାଇଛନ୍ତି। ଏନେଇ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ବିଶୋଇ ଥାନା ଅନ୍ତର୍ଗତ ବଡ଼ ଜାମ୍ବିଲା ଗ୍ରାମର ଶିବ ନାୟକ ଓ ତାଙ୍କ ପତ୍ନୀ କୁନି ନାୟକ କଟକ ଜଗତପୁର ଅଧୀନ ନୂଆ ଶାସନଠାରେ ଥିବା ମହାବୀର ଇଟା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ଉଭୟେ କମ୍ପାନୀ ନିକଟସ୍ଥ ଏକ ଘରେ ରହୁଥିଲେ।

ଗତକାଲି (ରବିବାର), ଦେହ ଅସୁସ୍ଥ ଥିବା ଦର୍ଶାଇ ଶିବ କାମକୁ ନଯାଇ ଘରେ ରହିଥିଲେ। ପତ୍ନୀ କୁନିଙ୍କୁ କାମକୁ ପଠାଇ ଦେଇଥିଲେ। କାମକୁ ଆସିନଥିବାରୁ କମ୍ପାନୀ ସୁପରଭାଇଜର ଶିବ ରହୁଥିବା ଘରକୁ ଯାଇଥିଲେ। କିଛି ସମୟ ପରେ ସୁପରଭାଇଜର ଶିବଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ତାଙ୍କ ସ୍ୱାମୀ ଫାଶୀ ହେଇଥିବା ନେଇ ସୂଚନା ଦେଇଥିଲେ। ଖବର ପାଇ କୁନି ଘଟଣାସ୍ଥଳରେ ପହଞ୍ଚି ଶିବଙ୍କୁ ଏକ କାର୍‌ ଯୋଗେ ଡାକ୍ତରଖାନା ନେଇଯିବାକୁ ଚେଷ୍ଟା କରିଥିଲେ। ତେବେ କମ୍ପାନୀ ପକ୍ଷରୁ ଏହା କରିବାକୁ ବାରଣ କରିଥିଲେ, ଚାପ ପ୍ରୟୋଗ କରି ଏକ ଘରୋଇ ଆମ୍ବୁଲାନ୍ସରେ ମୃତଦେହ ରାଇରଙ୍ଗପୁର ପଠାଇ ଦେଇଥିଲେ।

କମ୍ପାନୀ କର୍ତ୍ତୃପକ୍ଷଙ୍କ ଏଭଳି ହାବଭାବ ଦେଖି ଶିବଙ୍କ ପତ୍ନୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ମନରେ ସନ୍ଦେହ ଉପୁଜିଥିଲା। ଶିବଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା କଥା, ସେମାନେ ଏନେଇ ଅନେକ ଥର କମ୍ପାନୀର ସୁପରଭାଇଜର ଓ ମାଲିକଙ୍କୁ ଫୋନ କରିଛନ୍ତି, କିନ୍ତୁ ସେମାନେ ଫୋନ୍‌ ଉଠାଇନାହାନ୍ତି।

ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ନଂ ୨୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button