ଦେଶ ବିଦେଶ

Hotel Fire: ହୋଟେଲରେ ଅଗ୍ନିକାଣ୍ଡ: ଦୁଇ ମାଲିକ ଗିରଫ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ତାରାପୀଠରେ ହୋଟେଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଘଟଣାର ଗୋଟିଏ ଦିନ ପରେ ମଙ୍ଗଳବାର ହୋଟେଲର ସହ-ମାଲିକ କଲ୍ୟାଣ ପାଲ ଏବଂ ତାଙ୍କ ପୁଅ ତଥା ସହ-ମାଲିକ ପ୍ରବୀର ପାଲଙ୍କୁ ପୁଲିସ ଗିରଫ କରିଛି।

ବୀରଭୂମି:ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ତାରାପୀଠରେ ହୋଟେଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଘଟଣାର ଗୋଟିଏ ଦିନ ପରେ ମଙ୍ଗଳବାର ହୋଟେଲର ସହ-ମାଲିକ କଲ୍ୟାଣ ପାଲ ଏବଂ ତାଙ୍କ ପୁଅ ତଥା ସହ-ମାଲିକ ପ୍ରବୀର ପାଲଙ୍କୁ ପୁଲିସ ଗିରଫ କରିଛି।

ସୋମବାର ଭୋର ପ୍ରାୟ ୪ଟା ୩୦ ସମୟରେ ତାରାପୀଠ ପୁଲିସ ଷ୍ଟେସନ ନିକଟସ୍ଥ ଚାରି ମହଲା ବିଶିଷ୍ଟ ‘ହୋଟେଲ ବିଦେଶିନୀ’ର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରାରମ୍ଭିକ ତଦନ୍ତ ଅନୁସାରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ଆଶଙ୍କା କରିଛି।

ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ଅତିଥି ଶୋଇଥିବାରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ଫଳରେ ଅନେକ ଅତିଥି ଅନ୍ଧାରରେ ପଛ ପ୍ରସ୍ଥାନ ପଥ ଖୋଜିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ହୋଟେଲର ସମ୍ମୁଖ ଗେଟ୍ ବନ୍ଦ ଥିବା ଏବଂ କେବଳ ପଛ ଗେଟ୍ ଖୋଲା ଥିବାରୁ ଅତିଥିମାନଙ୍କୁ ଖାଲି କରିବାରେ ବିଳମ୍ବ ହୋଇଥିବା ପୁଲିସ କହିଛି।

ବୀରଭୂମି ଏସ୍‌ପି ବିଦିତ ରାଜ ଭୁଣ୍ଡେଶଙ୍କ ଅନୁସାରେ, ତଳ ମହଲାରେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗି ପରେ ଏହା ହୋଟେଲର ଅନ୍ୟ ଅଂଶକୁ ବ୍ୟାପିଥାଇପାରେ। ଘଟଣାସ୍ଥଳକୁ ସୁରକ୍ଷିତ କରାଯାଇଥିବା ସହ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀ (FSL)ର ସହାୟତା ନିଆଯାଉଛି। ପୁଲିସର ପ୍ରାରମ୍ଭିକ ତଦନ୍ତରେ ହୋଟେଲର ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବା ଜଣାପଡ଼ିଛି। ଏହି ଆଧାରରେ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କୁ ଗିରଫ କରାଯାଇଛି।

ବ୍ୟାପକ ଯାଞ୍ଚ ଆରମ୍ଭ

ଅନ୍ୟପକ୍ଷରେ, ଘଟଣା ପରେ ତାରାପୀଠ ଅଞ୍ଚଳରେ ଥିବା ହୋଟେଲ, ଅତିଥି ଗୃହ ଏବଂ ହୋମଷ୍ଟେଗୁଡ଼ିକରେ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ଯାଞ୍ଚରେ ଅତି କମରେ ୧୫ଟି ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସହ ଅନେକ ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଏହି ହୋଟେଲଗୁଡ଼ିକୁ ତୁରନ୍ତ ସିଲ୍ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିକାଣ୍ଡରେ ମୃତ ୯ ଜଣଙ୍କ ମଧ୍ୟରୁ ୫ ଜଣ ମେଘାଳୟର ଏବଂ ୪ ଜଣ ପଶ୍ଚିମବଙ୍ଗର ଆଲିପୁରଦୁଆର ଅଞ୍ଚଳର ବୋଲି ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button