ରାଜ୍ୟ
Flood in Odisha: ବାଲେଶ୍ବର ଜିଲ୍ଲାରେ ୧୦ ହଜାର ଲୋକ ସ୍ଥାନାନ୍ତର; ୨ ଲକ୍ଷରୁ ଅଧିକ ପ୍ରଭାବିତ
ବାଲେଶ୍ବରର ଚଳିତ ବର୍ଷର ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ସମେତ ଜଳକା, ବୁଢ଼ାବଳଙ୍ଗ, କାଂଶବାଂଶ ନଦୀର ବନ୍ୟା ଜିଲ୍ଲାବାସୀଙ୍କୁ କଲବଲ କରୁଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଜଳକା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଜଳ ହ୍ରାସ ହେଉଥିବା ବେଳେ....

ବାଲେଶ୍ବର: ବାଲେଶ୍ବରର ଚଳିତ ବର୍ଷର ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ସମେତ ଜଳକା, ବୁଢ଼ାବଳଙ୍ଗ, କାଂଶବାଂଶ ନଦୀର ବନ୍ୟା ଜିଲ୍ଲାବାସୀଙ୍କୁ କଲବଲ କରୁଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଜଳକା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଜଳ ହ୍ରାସ ହେଉଥିବା ବେଳେ ସୁବର୍ଣ୍ଣରେଖାରେ ନଦୀ ଜଳ ବଢ଼ୁଥିବା ଦେଖାଯାଇଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ଓ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ଅପରାହ୍ନରେ ଏହା ୯.୧୩ ମିଟରରେ ପ୍ରବାହିତ ହେଉଥିବା ବେଳେ କ୍ରମଶଃ ଏହା ବଢ଼ୁଥିବା ଦେଖାଯାଇଛି। ସନ୍ଧ୍ୟା ୬ ଟା ସୁଦ୍ଧା ଏହା ୯.୨୫ ମିଟରରେ ପ୍ରବାହିତ ହେଉଥିବା ଦେଖାଯାଇଛି।
ସୌଜନ୍ୟ ସମ୍ବାଦ




