ରାଜ୍ୟ

Black magic rape case ଝଡ଼ାଫୁଙ୍କା ଆଳରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ, ଗୁଣିଆ ଗିରଫ

ମୟୂରଭଞ୍ଜର ଦଲସରା ଅଞ୍ଚଳରେ ବାପାଙ୍କ ଅସୁସ୍ଥତା ଦୂର କରିବା ନାଁରେ ଝଡ଼ାଫୁଙ୍କା କରିବାକୁ ଡାକି ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ପୁଲିସ ଅଭିଯୁକ୍ତ ଗୁଣିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ଗୁଣିଗାରେଡ଼ି, ଝଡ଼ାଫୁଙ୍କା ଦ୍ବାରା ଚିକିତ୍ସା ବେଆଇନ ହୋଇଛି। ଏନେଇ ବ୍ୟାପକ ସଚେତନତା ପରେ ମଧ୍ୟ ଏହା ଗାଁଗହଳିରେ ବ୍ୟାପକ ଚାଲିଛି। ଏଭଳି ସ୍ଥିତିରେ ଜଣେ ଗୁଣିଆର ଜାଲରେ ଜଣେ କଲେଜ ପଢ଼ୁଥିବା ଛାତ୍ରୀ ଫସି ଦୁଷ୍କର୍ମର ଶିକାର ହେବା ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଉଦ୍‌ବେଗଜନକ ଘଟଣା ମୟୂରଭଞ୍ଜଜିଲ୍ଲା ଦଲସରା ଅଞ୍ଚଳରେ ଘଟିଛି।

ବାପାଙ୍କ ଶରୀର ଅସୁସ୍ଥ ହେବା ପଛରେ ପୀଡ଼ିତାଙ୍କ ଦେହରେ ଲାଗିଥିବା ଭୁତ ଆଦିରୁ ହେଉଛି ବୋଲି କହିଥିଲେ। ଏଥିପାଇଁ ଝଡ଼ାଫୁଙ୍କା କଲେ ଅସୁସ୍ଥ ବ୍ୟକ୍ତି ସୁସ୍ଥ ହୋଇଯିବେ ବୋଲି ଦର୍ଶାଇ ଛାତ୍ରୀଙ୍କୁ ଏକ ପ୍ରକୋଷ୍ଠ ଭିତରକୁ ନେଇଥିଲେ। ସେଠାରେ ବଳପୂର୍ବକ ଅସଦାଚରଣ କରିଥିଲେ। ଏନେଇ  କାହାକୁ କହିଲେ ତାଙ୍କ ବାପା ସୁସ୍ଥ ହେବେ ନାହିଁ ବୋଲି ଭୟଭୀତ କରାଇଥିଲେ ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button