ରାଜ୍ୟ

CDPO Arrested for Bribe ଗାଡ଼ି ଭଡ଼ା ବକୟା ପୈଠ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ, ଧରାପଡ଼ିଲେ ସିଡିପିଓ

ବାଲେଶ୍ୱର ସଦର ସିଡିପିଓ ମଧୁସ୍ମିତା ମହାନ୍ତି ଗାଡ଼ି ଭଡ଼ା ବାବଦ ୨୬ ହଜାର ଟଙ୍କାର ବକେୟା ବିଲ୍‌ ପୈଠ ପାଇଁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭୁବନେଶ୍ବର: ଶିଶୁ ଉନ୍ନୟନ ବିଭାଗରେ ଲାଗିଥିବା ଗାଡ଼ି ଭଡ଼ା ବିଲ୍‌ ବାବଦରେ ଥିବା ବକୟା ପ୍ରଦାନ କରିବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ବର ଜିଲ୍ଲା ବାଲେଶ୍ବର ସଦର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମଧୁସ୍ମିତା ମହାନ୍ତି ଧରାପଡ଼ିଛନ୍ତି।

ଆଜି ମାଗିଥିବା ଲାଞ୍ଚ ଟଙ୍କା ଅଭିଯୋଗକାରୀଙ୍କ ନିକଟରୁ ଗ୍ରହଣ କରିବା ବେଳେ ଭିଜିଲାନ୍‌ସ ଟିମ୍‌ ସିଡିପିଓ ମହାନ୍ତିଙ୍କୁ ରଙ୍ଗେହାତ ଧରିଥିଲା। ଏହାପରେ ସିଡିପିଓଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳର ସମ୍ପର୍କରେ ଅନୁସନ୍ଧାନ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button