ଦେଶ ବିଦେଶ

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି;ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୬ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦୁର୍ନୀତି ନିବାରଣ ଶାଖା (ଏସିବି) ମଙ୍ଗଳବାର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତିର ତଦନ୍ତ କ୍ରମରେ ଏସିବି ଏହି ଗିରଫ କରିଛି। ଦିଲ୍ଲୀ ଜଳ ବୋର୍ଡର ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ ହୋଇଥିବା ଟେଣ୍ଡରରେ ୧.୫୨ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଉପରେ ତଦନ୍ତ କରି ଏସିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ବୋର୍ଡର ପୂର୍ବତନ ସିଇଓ ତଥା ଆଇଏଏସ୍‌ ଉଦିତ୍ ପ୍ରକାଶ ରାୟ, ପୂର୍ବତନ କନସଲଟାଣ୍ଟ ଅଙ୍କିତ ଶ୍ରୀବାସ୍ତବ, ଏଏନ୍ ଏଣ୍ଟରପ୍ରାଇଜେସ୍‌ର ମାଲିକ ନଗେନ୍ଦ୍ର ଯାଦବ, ୟୁରୋଟେକ୍ ଏନଭର୍ଣ୍ଣମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ରାଜା କୁମାର କୁରାର ଓ ଶ୍ରୀଜନହର ମାଲିକ ପଙ୍କଜ ବର୍ମା। ଦୁର୍ନୀତି ଅଭିଯୋଗକୁ ନେଇ ୨୦୨୪ ମେ ୧୧ରେ ଏସିବି ମାମଲା ରୁଜୁ କରିଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button