Iran: ଆମେରିକାକୁ ସହାୟତା କଲେ ଭୋଗିବାକୁ ପଡ଼ିବ ପରିଣାମ ଉପସାଗରୀୟ ଦେଶଗୁଡ଼ିକୁ ଇରାନର ଚେତାବନୀ
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ଇରାନର ସଶସ୍ତ୍ର ବାହିନୀ ଉପସାଗରୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛି।

ତେହରାନ: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ଇରାନର ସଶସ୍ତ୍ର ବାହିନୀ ଉପସାଗରୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛି। ଆମେରିକାର ସାମରିକ ଅଭିଯାନରେ କୌଣସି ପ୍ରକାର ସହାୟତା କିମ୍ବା ସୁବିଧା ଯୋଗାଇଲେ, ତାହାକୁ ଆମେରିକାର ସାମରିକ କାର୍ଯ୍ୟରେ ଅଂଶଗ୍ରହଣ ବୋଲି ଧରାଯିବ ଏବଂ ସମ୍ପୃକ୍ତ ଦେଶକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନ କହିଛି।
ଇରାନର ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍ ଅଲି ଅବଦୋଲ୍ଲାହି ବୁଧବାର ଏହି ଚେତାବନୀ ଦେଇଥିବା ଇରାନୀ ସମ୍ବାଦ ସଂସ୍ଥା ‘ମେହର’ ରିପୋର୍ଟ କରିଛି। ଅବଦୋଲ୍ଲାହି କହିଛନ୍ତି, ଆକ୍ରମଣକାରୀ ଆମେରିକାକୁ ଯେକୌଣସି ପ୍ରକାର ସହାୟତା କିମ୍ବା ସୁବିଧା ଦେବା ଆମେରିକାର ସାମରିକ ଅଭିଯାନରେ ସାମିଲ ହେବା ସହ ସମାନ। ପାରସ୍ୟ ଉପସାଗର ସୀମାକୁ ଲାଗିଥିବା ଦେଶଗୁଡ଼ିକ ପୂର୍ବରୁ ଆମେରିକାକୁ ନିଜ ଅଞ୍ଚଳ ଇରାନ ବିରୋଧରେ ବ୍ୟବହାର କରିବାକୁ ଦେବେ ନାହିଁ ବୋଲି ବିଭିନ୍ନ ସମୟରେ କହିଛନ୍ତି। ତେବେ ଇରାନ ଏହି ଦେଶଗୁଡ଼ିକର ପ୍ରକୃତ କାର୍ଯ୍ୟକଳାପ ଉପରେ ନଜର ରଖିଛି ବୋଲି ଅବଦୋଲ୍ଲାହି ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




