ଦେଶ ବିଦେଶ

Rahul Gandhi : ବିଜୟ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ରାହୁଲଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ

ତାମିଲନାଡୁରେ ୨୦୨୯ ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଚର୍ଚ୍ଚା ତେଜିଛି। ଅଭିନେତାରୁ ରାଜନେତା ହୋଇଥିବା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ତାଙ୍କ ଦଳ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ)ର ନେତାମାନେ ଖୋଲାଖୋଲି ଭାବେ ମତ ଦେବା ଆରମ୍ଭ କରିଛନ୍ତି।

ଚେନ୍ନାଇ: ତାମିଲନାଡୁରେ ୨୦୨୯ ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଚର୍ଚ୍ଚା ତେଜିଛି। ଅଭିନେତାରୁ ରାଜନେତା ହୋଇଥିବା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ତାଙ୍କ ଦଳ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ)ର ନେତାମାନେ ଖୋଲାଖୋଲି ଭାବେ ମତ ଦେବା ଆରମ୍ଭ କରିଛନ୍ତି। ଅଗଷ୍ଟ ୧୮ରେ ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଏମ୍‌. ଶରତକୁମାର ବିଜୟଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବୋଲି କହିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ିଛି। ତେବେ ବିଜୟ ନିଜେ ଏ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି।

ଶରତକୁମାର କହିଥିଲେ, ବିଜୟ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଆଗାମୀ ଦିନରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହା ପୂର୍ବରୁ ଟିଭିକେର ଅନ୍ୟ ଜଣେ ମନ୍ତ୍ରୀ ଆଧବ ଅର୍ଜୁନ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁରୁ ହେବା ଉଚିତ ବୋଲି ମତ ଦେଇଥିଲେ। ଅନ୍ୟପଟେ କଂଗ୍ରେସ ମଧ୍ୟ ୨୦୨୯ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ଭାବେ ଆଗକୁ ଆଣୁଛି। ଜୁନ୍‌ରେ ତାମିଲନାଡୁ କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ କଂଗ୍ରେସ ସାଂସଦ ମାଣିକମ୍‌ ଟାଗୋର କହିଥିଲେ ଯେ ୨୦୨୬ରେ ରାଜ୍ୟରେ ସରକାରରେ ଭାଗୀଦାର ହେବା ପରେ ଦଳର ପରବର୍ତ୍ତୀ ଲକ୍ଷ୍ୟ ୨୦୨୯ ଲୋକସଭା ନିର୍ବାଚନ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button