Farmers: ଆନ୍ଦୋଳନ ବନ୍ଦ କଲେ ଚାଷୀ, ସେପ୍ଟେମ୍ବର ୪ରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବୈଠକ
ହରିୟାଣା-ପଞ୍ଜାବ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ବୁଧବାର ସେମାନଙ୍କ ଆନ୍ଦୋଳନ ବନ୍ଦ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ୍ଙ୍କ ସହ ସେମାନଙ୍କ ଦାବି ସଂକ୍ରାନ୍ତରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଆଲୋଚନା ପାଇଁ ସେମାନଙ୍କୁ ହରିୟାଣା ଅଧିକାରୀମାନେ କହିବାପରେ ସେମାନେ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।

ନୂଆଦିଲ୍ଲୀ : ହରିୟାଣା-ପଞ୍ଜାବ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ବୁଧବାର ସେମାନଙ୍କ ଆନ୍ଦୋଳନ ବନ୍ଦ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ୍ଙ୍କ ସହ ସେମାନଙ୍କ ଦାବି ସଂକ୍ରାନ୍ତରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଆଲୋଚନା ପାଇଁ ସେମାନଙ୍କୁ ହରିୟାଣା ଅଧିକାରୀମାନେ କହିବାପରେ ସେମାନେ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତିନିଧି ଏବଂ ହରିୟାଣା ସରକାରୀ ଅଧିକାରୀଙ୍କ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ ଅଗଷ୍ଟ ୧୬ ତାରିଖରେ ପ୍ରସ୍ତାବିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ବିରୋଧ କରି ୫୧ ଜଣ କୃଷକଙ୍କର ଏକ ଗୋଷ୍ଠୀ ୨୨୮ କିମି ‘କିଷାନ ବଚାଓ ପଦଯାତ୍ରା’ ଆରମ୍ଭ କରିଥିଲେ। କିନ୍ତୁ ହରିୟାଣା ପୁଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ଖନୌରୀ- ଦାତା ସିଂହ ୱାଲା ବର୍ଡର ପଏଣ୍ଟ୍ରେ ଆନ୍ଦୋଳନରେ ବସିଲେ। ବୁଧବାର ବୈଠକ ସମୟରେ ଅଧିକାରୀମାନେ କୃଷକଙ୍କର ଏକ ପ୍ରତିନିଧି ଦଳ ଏବଂ କେନ୍ଦ୍ର ଶକ୍ତି ମନ୍ତ୍ରୀ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ କରିବାପାଇଁ ପ୍ରସ୍ତାବ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ବୈଠକ ପରେ ଏସକେଏମ୍ (ଅଣ ରାଜନୈତିକ) ନେତା ଅଭିମନ୍ୟୁ କୋହର କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ୍ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ କୃଷକଙ୍କର ଏକ ପ୍ରତିନିଧି ଦଳଙ୍କୁ ଭେଟିବେ ଏବଂ ସେମାନଙ୍କର ପ୍ରସଙ୍ଗ ସଂକ୍ରାନ୍ତରେ ଆଲୋଚନା କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ବୈଠକ ପାଇଁ ମଧ୍ୟ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




