ଜାତୀୟ

Father Travels For Daughter: ଝିଅର ‘ଆଇ ମିସ୍ ୟୁ’ ମେସେଜ୍, ୧୪ ଘଣ୍ଟା ଯାତ୍ରା କରି ପହଞ୍ଚିଲେ ବାପା

ନୂଆଦିଲ୍ଲୀ, ୦୭/୦୯: ବାପା-ଝିଅଙ୍କ ସମ୍ପର୍କରେ ଥିବା ଭଲପାଇବା ଓ ଆପଣାରପଣର ଏକ ଭାବପ୍ରବଣ କାହାଣୀ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଝିଅର ମାତ୍ର ଗୋଟିଏ ‘ଆଇ ମିସ୍ ୟୁ’ ମେସେଜ୍ ପାଇବା ପରେ ବାପା ଯେଉଁଭଳି ଭାବେ ତାଙ୍କ ପାଖରେ ପହଞ୍ଚିଥିଲେ, ତାହା ଅନେକଙ୍କ ହୃଦୟ ଛୁଇଁଛି।

ଘଟଣାଟି ଏପରି। ନିକଟରେ ଦିନେ ରାତିରେ ଝିଅଙ୍କୁ ତାଙ୍କ ବାପାଙ୍କ କଥା ବହୁତ ମନେ ପଡ଼ିଥିଲା। ଭାବପ୍ରବଣ ହୋଇ ସେ ବାପାଙ୍କୁ କେବଳ ଏକ ଛୋଟ ‘ଆଇ ମିସ୍ ୟୁ’ ମେସେଜ୍ ପଠାଇଥିଲେ। ତେବେ ସେ ହୁଏତ ଜାଣିନଥିଲେ ଯେ, ଏହି ଛୋଟିଆ ମେସେଜ୍‌ର ଉତ୍ତର ତାଙ୍କୁ ପରଦିନ ସକାଳେ ଏତେ ଭାବପ୍ରବଣ ଭାବେ ମିଳିବ। ପରଦିନ ସକାଳେ ଝିଅ ଘରର କବାଟ ଖୋଲିବା ବେଳକୁ ସାମ୍ନାରେ ତାଙ୍କ ବାପାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହାତରେ ଥିଲା ଏକ ବ୍ୟାଗ୍ ଏବଂ ଚେହେରାରେ ଝଟକୁଥିଲା ସେହି ପରିଚିତ ଆପଣାରପଣ। ଝିଅକୁ ଭେଟିବା ପାଇଁ ବାପା ୧୪ ଘଣ୍ଟାର ଦୀର୍ଘ ଯାତ୍ରା କରି ସେଠାରେ ପହଞ୍ଚିଥିଲେ।

ଝିଅ ସହ କିଛି ଘଣ୍ଟା ବିତାଇବା ପରେ ସେ ପୁଣି ୧୪ ଘଣ୍ଟା ଯାତ୍ରା କରି ଘରକୁ ଫେରିଥିଲେ। ଏହି ଅଳ୍ପ ସମୟ ମଧ୍ୟରେ ବାପା ଝିଅ ପାଇଁ ସବୁକିଛି କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ବାସନକୁସନ ମାଜିବାଠାରୁ ଆରମ୍ଭ କରି ପସନ୍ଦର ଖାଦ୍ୟ ଖୁଆଇବା ଏବଂ ବାହାରକୁ ବୁଲାଇ ନେବା ପର୍ଯ୍ୟନ୍ତ-ଝିଅ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସେ ମନଭରି ଉପଭୋଗ କରିଥିଲେ। ଫେରିବା ସମୟରେ ବାପା ଝିଅକୁ କହିଥିଲେ, ‘ତୁ ଯାହା ବି କର, ଖୁସିରେ ରହ। ମୁଁ ସବୁବେଳେ ତୋ’ ସାଥୀରେ ଅଛି।’ ବାପାଙ୍କର ଏହି କେଇଟି ଶବ୍ଦ ଝିଅଙ୍କ ହୃଦୟରେ ଗଭୀର ଛାପ ଛାଡ଼ିଥିଲା।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button