ଜାତୀୟ

Inspiring story : ବିନା ଡିଗ୍ରୀରେ ମାସକୁ ୪ ଲକ୍ଷ ରୋଜଗାର ! ଇଣ୍ଟରନେଟ୍‌ରେ ଛାଇଗଲେ ବିହାରୀ ଯୁବକ…

ନୂଆଦିଲ୍ଲୀ, ୯/୯ : ବିନା ଡିଗ୍ରୀରେ ମାସକୁ ୪ ଲକ୍ଷ ରୋଜଗାର । ବିହାରୀ ଯୁବକଙ୍କ କମାଲ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଣ୍ଟରନେଟ୍ ରେ ଏବେ ଏହି ଯୁବକଙ୍କ କାହାଣୀ ଭାଇରାଲ୍ ହେଉଛି । ରେଡିଟ୍ ପୋଷ୍ଟର ଏକ ସ୍କ୍ରିନସଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । @coolcoder56 ହ୍ୟାଣ୍ଡେଲରୁ ଅସ୍ମିତ ନାମକ ଜଣେ ୟୁଜର ଏହାକୁ ସେୟାର କରିଛନ୍ତି ।

ଭାଇରାଲ୍ ପୋଷ୍ଟ ଅନୁସାରେ, ଏହି ଯୁବକଙ୍କର ଜୀବନ ଖୁବ୍ ସଙ୍ଘର୍ଷପୂର୍ଣ୍ଣ ଥିଲା । ମାତ୍ର ୫ ବର୍ଷ ବୟସରେ ତାଙ୍କ ମାତା-ପିତା ଅଲଗା ହୋଇଯାଇଥିଲେ । ଯୁବକ ଜଣଙ୍କ ତାଙ୍କ ମା’ଙ୍କ ସହ ରହୁଥିଲେ । କୋଭିଡ୍ ସମୟରେ ଆର୍ଥିକ ଦୂରାବସ୍ଥା ଯୋଗୁଁ ସିବିଏସଇ ବୋର୍ଡରୁ ଆସି ସେ ବିହାର ବୋର୍ଡରେ ପାଠ ପଢିଲେ । ୨୦୨୦ରେ ମାତ୍ର ୧୪ ବର୍ଷ ବୟସରେ ସେ ଅନଲାଇନ୍ ରେ ଦକ୍ଷତା ବିକାଶ କଲେ । ଏହାପରେ ପବଜି ଇ-ସ୍ପୋର୍ଟସ୍ ଟିମ୍ ରେ ଗ୍ରାଫିକ୍ ଡିଜାଇନିଂ ଏବଂ ଏଡିଟିଂ କାମ ଆରମ୍ଭ କଲେ । ଏଥିରୁ ସେ ଭଲ ରୋଜଗାର ବି କରୁଥିଲେ । ଭାରତରେ ପବଜି ବ୍ୟାନ୍ ହେବା ପରେ ତାଙ୍କର ଏହି କାମ ବନ୍ଦ ହୋଇଗଲା । ସେ ଡିପ୍ରେସନକୁ ଚାଲି ଯାଇଥିଲେ ।

ପରେ ନୋଏଡା ସ୍ଥିତ ଏକ Web3 ଏଜେନ୍ସିରେ ତାଙ୍କୁ ମାସକୁ ୧୫ ହଜାର ଟଙ୍କାରେ ଚାକିରି ଅଫର୍ ମିଳିଲା । ବିନା କୌଣସି ଡିଗ୍ରୀରେ ସେ ରିସ୍କ ନେଇ ନୋଏଡା ଚାଲିଗଲେ । ସେଠାରେ ଦୀର୍ଘ ୫ ମାସ ସଙ୍ଘର୍ଷ କରିବା ପରେ ସେ ବିହାର ଫେରିଆସିଲେ । ହେଲେ ସେ ହାର୍ ମାନିନଥିଲେ । ଏକ ଟେକ୍ କମ୍ୟୁନିଟି ପାଇଁ ସେ ମାଗଣାରେ ବ୍ରାଣ୍ଡିଂ କାମ ଆରମ୍ଭ କଲେ । ଧୀରେ ଧିରେ ତାଙ୍କୁ ବିଦେଶୀ କ୍ଲାଇଣ୍ଟ ମିଳିଲେ । ସେ ମାସକୁ ୪ ହଜାରରୁ ୬ ହଜାର ୫୦୦ ଡଲାର ରୋଜଗାର କରିପାରିଲେ । ଏହି ସଫଳତା ପରେ ସେ ତାଙ୍କ ମାଙ୍କୁ ଚାକିରିରୁ ଅବସର ନେବାକୁ କହିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button