Organ donation : ମୃତ୍ୟୁ ପରେ ବି’ ଅମର, ଚକ୍ଷୁ ଓ ଯକୃତ ଦାନକଲେ ପ୍ରତାପ ସାର

ଖୋରଧା, ୧୨/୯ : ଜନ୍ମ ଓ ମୃତ୍ୟୁ ମୁଦ୍ରାର ଦୁଇ ପାର୍ଶ୍ୱ । ମାତ୍ର ସମାଜରେ ଏମିତି କିଛି ବ୍ୟକ୍ତି ଜନ୍ମ ନେଇଥାନ୍ତି ତାଙ୍କ ମୃତ୍ୟୁ ସତ୍ତ୍ଵେ ଅମର ହୋଇଥାନ୍ତି । ଏମିତି ଜଣେ ଶିକ୍ଷକ ହେଉଛନ୍ତି ଖୋରଧା ବ୍ଲକ କୁମାରବସ୍ତ ଉଚ୍ଚ ବିଦ୍ୟାଳୟର ପ୍ରତାପ କୁମାର ରାଉତ । ସ୍ଵର୍ଗତ ପ୍ରତାପ କୁମାର ରାଉତଙ୍କ ଘର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଢଁସର ଗ୍ରାମରେ । ପେଶାରେ ସେ ଜଣେ ଶିକ୍ଷକ । ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ କରିବାକୁ ଶିକ୍ଷାଦାନ କରୁଥିଲେ । ମାତ୍ର କୌଣସି କାରଣବଶତଃ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଦାୟିତ୍ୱରେ ଥିବା ଡାକ୍ତର ଘୋଷଣା କରିଥିଲେ । ଏହାପରେ ସ୍ୱର୍ଗତ ପ୍ରତାପ ସାରଙ୍କ ପରିବାର ଲୋକେ ତାଙ୍କର ଚକ୍ଷୁ ଓ ଯକୃତ ଦାନ କରିଥିବା ଜଣାପଡ଼ିଛି । ଅଙ୍ଗଦାନ ନିଷ୍ପତ୍ତିକୁ ଯେତେ ପ୍ରଶଂସା କଲେ କମ୍ ହେବ ।
ସୋଆ ପ୍ରତିଷ୍ଠାତା ମନୋରଞ୍ଜନ ନାୟକ ସ୍ୱର୍ଗତ ପ୍ରତାପ ସାହୁଙ୍କ ଅଙ୍ଗଦାନ ଶେଷ୍ଠ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଅଙ୍ଗଦାନ ନିଷ୍ପତ୍ତି ଅସାଧାରଣ ମାନବିକତା ଉଦାହରଣ ହୋଇଥିବା ମତବ୍ୟକ୍ତ କରିଛନ୍ତି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ସ୍ୱର୍ଗତ ପ୍ରତାପ ସାରଙ୍କ ଠାରୁ ସଂଗ୍ରହ ହୋଇଥିବା ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ପାଇଁ ନୂଆ ଜୀବନ ଆଶା ସଂଚାର କରିଥିବା ପ୍ରକାଶ କରିଛନ୍ତି । ଏ ଅବସରରେ ସ୍ୱର୍ଗତ ପ୍ରତାପ ସାରଙ୍କ ପରିବାର ଲୋକଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନୁକମ୍ପାମୂଳକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ସୌଜନ୍ୟ ପ୍ରମେୟ




