ରାଜ୍ୟ

ତୃତୀୟ ଦିନରେ ବି ଚାଲି ପାରୁନି ଗୃହ

ଭୁବନେଶ୍ୱର : ମୌସୁମି ଅଧିବେଶନର ତୃତୀୟ ଦିନରେ ଆଜି ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଙ୍ଗାମା ହଟ୍ଟଗୋଳ ପାଇଁ ଚାଲି ପାରୁନି ଗୃହ। ପ୍ରବଳ ହଙ୍ଗାମା ପରେ ୪ଟା ଯାଏଁ ଉପବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଏମଏମଡିଆର ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଦେଖାଯାଇଛି। ଏମଏମଡିଆର ପ୍ରତ୍ୟାହାର ଦାବିରେ ଗର୍ଜିଲେ କଂଗ୍ରେସ ଓ ବିଜେଡି ବିଧାୟକ। ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ବ୍ୟାନର ପିନ୍ଧି କଂଗ୍ରେସ ପ୍ରତିବାଦ କରିଛି। ହାତରେ ବ୍ୟାନର ଧରି ଓଏମସି ଅଫିସ୍‌ ଅଭିମୁଖେ ବିଜେଡି ବିଧାୟକଙ୍କୁ ଦେଖାଯାଇଛି। ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ସଦସ୍ୟଙ୍କ ନାରାବାଜି ସହ ଉପବାଚସ୍ପତିଙ୍କ ଉପରକୁ ବ୍ୟାନର ପିଙ୍ଗିଥିବା ସୂଚନା ମିଳିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button