ରାଜ୍ୟ

Flood Situation: ବନ୍ୟା ଛାଡ଼ିଲା, ଦୁର୍ଦ୍ଦଶା ବଢ଼ିଲା…ଏବେ ବି ଆଶ୍ରୟସ୍ଥଳୀରେ ୨ ହଜାର ଲୋକ

ମାଲକାନଗିରି, ୨୬/୦୯: ବର୍ଷା କମିବା ପରେ ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ଜାତୀୟ ରାଜପଥ-୩୨୬ ଉପରେ ଥିବା ବିଭିନ୍ନ ପୋଲ ଉପରୁ ବନ୍ୟାଜଳ ହଟିବା ଆରମ୍ଭ କରିଛି। ତେବେ ବନ୍ୟାଜଳର ପ୍ରଖର ସ୍ରୋତ ଯୋଗୁଁ ଅନେକ ପୋଲ ଓ ରାସ୍ତାର ଅବସ୍ଥା ଖରାପ ହୋଇପଡ଼ିଛି। କେଉଁଠି ପୋଲ ଉପରୁ କଂକ୍ରିଟ ଉଠିଯାଇଛି, ତ ଆଉ କେଉଁଠି ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ଏବେ ବି ବନ୍ଦ ରହିଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ରାସ୍ତା ଓ ପୋଲଗୁଡ଼ିକର ମରାମତି କରାଯିବା ପର୍ଯ୍ୟନ୍ତ NH-୩୨୬ରେ ଯାତାୟାତ ସ୍ୱାଭାବିକ ହେବ ନାହିଁ।

ବନ୍ୟାଜଳ କମିଥିଲେ ମଧ୍ୟ ବନ୍ୟା ପରବର୍ତ୍ତୀ ସ୍ଥିତି ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। ଘରଦ୍ୱାର ଛାଡ଼ି ଅନେକ ଲୋକ ଏବେ ବି ଆଶ୍ରୟସ୍ଥଳୀରେ ରହୁଛନ୍ତି। ପ୍ରାୟ ୨ ହଜାର ଲୋକ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତି ଓ ବନ୍ୟା ପରବର୍ତ୍ତୀ ସ୍ଥିତି ଉପରେ ପ୍ରଶାସନର ନଜର ରହିଛି। ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୋକଙ୍କ ସୁରକ୍ଷା, ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ଆବଶ୍ୟକତା ଏବଂ କ୍ଷତିଗ୍ରସ୍ତ ରାସ୍ତା ଓ ପୋଲର ସ୍ଥିତି ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button