ଜାତୀୟ

Water crisis : ପାଣି ପାଇଁ ବିକ୍ରି ହେବ ଗାଁ ,ଜଳ ସଙ୍କଟ ଯୋଗୁ ଶତାଧିକ ଯୁବକ ଅବିବାହିତ

ମୁମ୍ବାଇ,୨୯\୯ : ପାଣି ପାଇଁ ବିକ୍ରି ହେବ ଗାଁ । ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ତୁଳସୀ ଗାଁରେ ଜଳାଭାବ ଯୋଗୁ ଚିନ୍ତିତ ଲୋକେ ଏହା କରିବାକୁ ଯାଉଛନ୍ତି । ଏଥିପାଇଁ ସେମାନେ ଗାଁରେ ଏକ ବୋର୍ଡ ଲଗାଇଛନ୍ତି । କେବଳ ଜଳ ଆଧାରରେ ଗାଁର ମୂଲ୍ୟ ସ୍ଥିର କରାଯାଇଛି । ଏ ଅନ୍ୟାୟ କେବେ ଯାଏ ସହ୍ୟ କରିବେ ବୋଲି ବୋର୍ଡରେ ଉଲ୍ଲେଖ ହୋଇଛି । ମହାରାଷ୍ଟ୍ରର ୨୬୫ ତହସିଲ ମରୁଡ଼ିଗ୍ରସ୍ତ ଘୋଷିତ ହୋଇଛି ।

ମାଢା ତହସିଲର ତୁଳସୀ ଗାଁର ଲୋକସଂଖ୍ୟା ୭୦୦୦ । ଗ୍ରାମବାସୀ ଦୀର୍ଘ ବର୍ଷ ଧରି ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚାଷ ଜମି ଓ କୂଅ ଶୁଖିଲା ପଡ଼ିଛି । ଲୋକଙ୍କୁ ପାଣି ଟାଙ୍କି ଉପରେ ନିର୍ଭର କରିବାକୁ ପଡୁଛି । ଗାଁର ସରପଞ୍ଚ ଶରଦ ମୋରେଙ୍କ ଅନୁସାରେ, ଜଳ ସଙ୍କଟ ଯୋଗୁ ଗାଁର ପ୍ରାୟ ୩୫୦ ଯୁବକଙ୍କ ବିବାହ ହୋଇପାରୁନି । ରାଜ୍ୟ ସରକାର ଗତ ୨୬ ତାରିଖ ରାଜ୍ୟର ୩୫୮ ତହସିଲ ମଧ୍ୟରୁ ୨୬୫କୁ ମରୁଡ଼ିଗ୍ରସ୍ତ ଘୋଷଣା କରିଛନ୍ତି । ଏଥିସହ ଉପଷମ ପ୍ୟାକେଜ୍ ବି ଘୋଷଣା କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button