ଦେଶ ବିଦେଶ

Canada-India: କାନାଡାରେ ଭାରତର ଅପରାଧିକ କାର୍ଯ୍ୟକଳାପର ଗ୍ୟାରେଣ୍ଟି ନାହିଁ: ଦିଲ୍ଲୀ ପ୍ରତି ଅବିଶ୍ୱାସ ପ୍ରକାଶ କରି ଟ୍ରୁଡୋଙ୍କ ପଥକୁ ଅନୁସରଣ କଲେ ମାର୍କ କାର୍ନି

କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ତାଙ୍କ ଦେଶରେ ହିଂସାତ୍ମକ ଅପରାଧରେ ଭାରତ ସରକାର ସାମିଲ ଥିବା ଅଭିଯୋଗ କରିଥିଲେ। ଭାରତ ବିରୋଧରେ ,ଭଳି ଗମ୍ଭୀର ଅଭିଯୋଗ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା। ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମତ ଏପର୍ଯ୍ୟନ୍ତ ତାଙ୍କଠାରୁ ଭିନ୍ନ ଥିଲା।

ଓଟାୱା: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ତାଙ୍କ ଦେଶରେ ହିଂସାତ୍ମକ ଅପରାଧରେ ଭାରତ ସରକାର ସାମିଲ ଥିବା ଅଭିଯୋଗ କରିଥିଲେ। ଭାରତ ବିରୋଧରେ ,ଭଳି ଗମ୍ଭୀର ଅଭିଯୋଗ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା। ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମତ ଏପର୍ଯ୍ୟନ୍ତ ତାଙ୍କଠାରୁ ଭିନ୍ନ ଥିଲା। କିନ୍ତୁ ତାଙ୍କର ସଦ୍ୟତମ ବକ୍ତବ୍ୟ ସୂଚାଇ ଦେଉଛି ଯେ, ତାଙ୍କ ମନରେ ଭାରତ ପ୍ରତି ଅବିଶ୍ବାସ ରହିଛି।

କାର୍ନି କହିଛନ୍ତି ଯେ, ଭାରତ ସରକାର କାନାଡାରେ ଭବିଷ୍ୟତରେ ଅପରାଧରେ ସାମିଲ ହେବେ ନାହିଁ ବୋଲି ମୁଁ ଗ୍ୟାରେଣ୍ଟି ଦେଇପାରିବି ନାହିଁ। କାନାଡା ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ତାଙ୍କ ସରକାର ଭାରତ ସହିତ କୂଟନୈତିକ, ବାଣିଜ୍ୟ ଏବଂ ସୁରକ୍ଷା ସମ୍ପର୍କରେ ଉନ୍ନତି ଆଣୁଛନ୍ତି। କାର୍ନି ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।

କାନାଡାରେ ଅପରାଧ ସହିତ ଭାରତର କୌଣସି ସମ୍ପର୍କ ରହିବ ନାହିଁ?

ନ୍ୟୁୟର୍କ ଟାଇମ୍ସ ସହିତ ଏକ ସାକ୍ଷାତକାରରେ କାର୍ନି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ନବୀକରଣ ସମ୍ପର୍କ କାନାଡାବାସୀଙ୍କ ସୁରକ୍ଷା ଉନ୍ନତ କରିବା ଦିଗରେ ଅଗ୍ରଗତି କରିଛି। ଯେତେବେଳେ ପଚରାଗଲା ଯେ, ସେ କାନାଡାବାସୀଙ୍କୁ ଆଶ୍ୱସ୍ତ କରିପାରିବେ କି ଭାରତ ସରକାର ଆଉ ପୋଡ଼ାଜଳା, ଆଦାୟ, ବ୍ଲାକମେଲ୍, ହଇରାଣ ଏବଂ ହତ୍ୟା ଭଳି ଅପରାଧରେ ସାମିଲ ହେବେ ନାହିଁ। ଏହାର ଉତ୍ତରରେ ସେ ନକାରାତ୍ମକ ଭାବେ ଅବିଶ୍ବାସ ଭରା ମନ୍ତବ୍ୟ ଦେଇଥିଲେ।
ସେ କହିଥିଲେ,ମୁଁ କ’ଣ ଗ୍ୟାରେଣ୍ଟି ଦେଇପାରିବି ଯେ, କାନାଡାରେ ଅପରାଧ ସହିତ ଭାରତର କୌଣସି ସମ୍ପର୍କ ରହିବ ନାହିଁ? ମୁଁ ଭାବୁଛି ମୁଁ ଏହାର ଗ୍ୟାରେଣ୍ଟି ଦେଇପାରିବି ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଉଭୟ ପକ୍ଷ ଆଲୋଚନାରେ ସାମିଲ ହୁଅନ୍ତି, ତେବେ ସୁରକ୍ଷା ସମସ୍ୟାଗୁଡ଼ିକର ସମାଧାନ ଭଲ ଭାବରେ ହୋଇପାରିବ। ସୁରକ୍ଷା ସହଯୋଗ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମାର୍କ କାର୍ନି ମାର୍ଚ୍ଚ ୨୦୨୫ରେ କାନାଡାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ, ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଇଥିଲେ। ଏହା ଏକ ବାର୍ତ୍ତା ପଠାଇଥିଲା ଯେ ସେ ତାଙ୍କ ପୂର୍ବବର୍ତ୍ତୀ ଟ୍ରୁଡୋଙ୍କଠାରୁ ଭାରତକୁ ଭିନ୍ନ ଭାବରେ ଦେଖୁଛନ୍ତି। ତେବେ ତାଙ୍କର ସଦ୍ୟତମ ବିବୃତି ସୂଚାଇ ଦେଇଛି ଯେ, ସେ ଟ୍ରୁଡୋଙ୍କ ପଥକୁ ଅନୁସରଣ କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button