ରାଜ୍ୟ

Children Locked Inside Anganwadi Centre ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ତାଲା ପକାଇ ରାସନ ଆଣିବାକୁ ପଳାଇଲେ ‘ଦିଦି’

କନ୍ଧମାଳ ଘୁ.ଉଦୟଗିରିର କାମ୍ବାନାକୁ ଅଙ୍ଗନବାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ଦିଦି ଓ ସହାୟିକା ରାସନ ଆଣିବାକୁ ଯାଇଥିବା ଅଭିଯୋଗ।

ଘୁ.ଉଦୟଗିରି(ସମୀର ପାଢ଼ୀ): ମାଲିକାପୋଡ଼ି ପଞ୍ଚାୟତ ଅନ୍ତର୍ଗତ କାମ୍ବାନାକୁ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କୁ ବାହାରପଟୁ ତାଲା ପକାଇ ଅଙ୍ଗନବାଡ଼ି ଦିଦି ଓ ସହାୟିକା ରାସନ ସାମଗ୍ରୀ ଆଣିବାକୁ ଯାଇଥିଲେ। ସରପଞ୍ଚ ଓ ଗାଁସାଥୀଙ୍କ ଏକ ଟିମ୍ କେନ୍ଦ୍ର ପହଞ୍ଚି ଏହା ଦେଖିବା ପରେ, ଘଟଣାକୁନେଇ ତନାଘନା ଆରମ୍ଭ ହୋଇଛି। ସିଡିପିଓ ଘଟଣାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କୁ କୈଫୟତ ତଲବ କରିଥିବା ଜଣାଯାଇଛି।

ଗତକାଲି (ମଙ୍ଗଳବାର) ସମଗ୍ର ରାଜ୍ୟରେ ‘ଆଙ୍ଗନ କା ଉତ୍ସବ’ ପାଳିତ ହୋଇଥିଲା। ମାଲିକାପୋଡ଼ି ପଞ୍ଚାୟତର ଅଙ୍ଗନବାଡ଼ି ପରିଦର୍ଶନରେ ଆସି ସ୍ଥାନୀୟ  ସରପଞ୍ଚ ଝରଣା ପ୍ରଧାନ, ଗାଁସାଥୀ ଓ ଅନ୍ୟ କର୍ମଚାରୀମାନେ ‌କେନ୍ଦ୍ରରେ ପହଞ୍ଚିଥିଲେ। ତେବେ କେନ୍ଦ୍ରର କବାଟ ବାହାରପଟୁ ତାଲା ପଡ଼ିଥିବା ବେଳେ ଭିତରେ ୪ ଜଣ ଶିଶୁ ଥିବା ଦେଖିଥିଲେ। ଖବର ନେବାରୁ ‌ଅଙ୍ଗନବାଡ଼ି ଦିଦି ଶ୍ରଦ୍ଧାଞ୍ଜଳି ଦିଗାଲ ଓ ସହାୟିକା ସୁମିତ୍ରା ପ୍ରଧାନ ରାସନ ସାମଗ୍ରୀ ଆଣିବା ପାଇଁ କେନ୍ଦ୍ର ଛାଡ଼ି ଯାଇଥିଲେ ବୋଲି ଜଣାଯାଇଥିଲା। ସରପଞ୍ଚ କିଛି ସମୟ ଅପେକ୍ଷା କରିବା ପରେ ଶିଶୁମାନଙ୍କ ଅଭିଭାବକଙ୍କୁ ଡାକିଥିଲେ।
ସରପଞ୍ଚ ଶ୍ରୀମତି ପ୍ରଧାନ ଘୁ.ଉଦୟଗିରି ସିଡିପିଓ କଳ୍ପନା ଶତପଥୀଙ୍କୁ ଫୋନ୍ କରି ଘଟଣା ବିଷୟରେ କହିବା ସହ  ଭିଡିଓ କଲ୍‌ ମାଧ୍ୟମରେ ପିଲାମାନଙ୍କୁ ଦେଖାଇଥିଲେ। ସେତେବେଳେ ସିଡିପିଓ ବାଲିଗୁଡ଼ାରେ ଥିବା କାରଣରୁ ସେ ସୂପରଭାଇଜର ମାନଙ୍କୁ ପଠାଇ ଘଟଣାର ସରଜମିନ ଯାଞ୍ଚ କରିବାକୁ କହିଥିଲେ।  ଏହି ସମୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମଧ୍ୟ କେନ୍ଦ୍ରକୁ ଫେରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button