ରାଜ୍ୟ

Fraud: ୧.୭୧ କୋଟିରୁ ଅଧିକ ଟଙ୍କାର କାରବାର ପର୍ଦ୍ଦାଫାସ; ପୁଣି ଅଭିଯୁକ୍ତ ଗିରଫ

ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ ଗଞ୍ଜାମ ସାଇବର ପୁଲିସ ଠାବ କରିକି ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ...

ଛତ୍ରପୁର (ବସନ୍ତ ମହାରଣା): ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ ଗଞ୍ଜାମ ସାଇବର ପୁଲିସ ଠାବ କରିକି ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିବାବେଳେ ବୁଧବାର ଆଉ ଜଣେ ଅଭିଯୁକ୍ତ ଆକାଶ ବେହେରା (୨୩)ଙ୍କୁ ପୁଲିସ ଗିରଫ କରିଛି।

ପୁଲିସ କହିଛି ଯେ, ଅଭିଯୁକ୍ତ ବ୍ରହ୍ମପୁର ଦାଣ୍ଡଖଡୁଆ ଷ୍ଟ୍ରିଟ୍‌ରେ ରହୁଛି। ଗତ ୧୯ ତାରିଖରେ ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଜପତିନଗର-ପାଲୁରଗଡ଼ ଅଞ୍ଚଳର ଏକ ଭଡ଼ାଘରେ ପୁଲିସ ଚଢ଼ାଉ କରିଥିଲା। ଅଧିକ ଲାଭର ମିଥ୍ୟା ପ୍ରତିଶ୍ରୁତି ଦେଇ ବିଭିନ୍ନ ଆପ୍‌ରେ ଟଙ୍କା ନିବେଶ ପାଇଁ ଲୋକଙ୍କୁ ପ୍ରଲୋଭିତ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରାଥମିକ ବ୍ୟାଙ୍କ କାରବାର ବିଶ୍ଳେଷଣରୁ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟରେ ୧ କୋଟି ୭୧ ଲକ୍ଷ ୫୩ ହଜାର ୮୬୮ ଟଙ୍କାର କାରବାର ଚିହ୍ନଟ ହୋଇଛି।

ଠକେଇ ଟଙ୍କାକୁ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟରେ ଜମା କରି ଏଟିଏମ୍ କାର୍ଡ ମାଧ୍ୟମରେ ନଗଦ ଉଠାଯାଉଥିଲା। ଚଢ଼ାଉ ବେଳେ ପୁଲିସ ମୋବାଇଲ୍ ଫୋନ୍, ସିମ୍, ଦୁଇଟି ଏଟିଏମ୍ କାର୍ଡ, ଏୟାରଟେଲ୍ ରାଉଟର ଓ ଅନ୍ୟାନ୍ୟ ଉପକରଣ ଜବତ କରିଥିଲା। ଛତ୍ରପୁର ବ୍ୟାଙ୍କ କଲୋନୀ ଓ ପାଲୁରଗଡ଼ ଅଞ୍ଚଳରେ ପ୍ରାୟ ଏକ ବର୍ଷ ଧରି ଏହି ସାଇବର ଆର୍ଥିକ ଅପରାଧ ଚାଲିଥିବା ନେଇ ପୁଲିସ ତଦନ୍ତରୁ ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button