ରାଜ୍ୟ

Neglect: ଛାତ୍ରାବାସରେ ଅବ୍ୟବସ୍ଥା; ଭୋଜନ ଥାଳିରେ ବର୍ଷାପାଣି ଓ ଧୂଳିମଳି

ସୁକିନ୍ଦା ବ୍ଲକ ଦେଓଗାଁ ସରକାରୀ ଉପ୍ରା ସ୍କୁଲ ସଂଲଗ୍ନ ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ(ହ‌ଷ୍ଟେଲ)ରେ ବ୍ୟାପକ ଅବ୍ୟବସ୍ଥା ଓ ବିଭାଗୀୟ ଅବହେଳା ନେଇ ସାଧାରଣରେ ଅଭିଯୋଗ ହୋଇଛି।

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ବ୍ଲକ ଦେଓଗାଁ ସରକାରୀ ଉପ୍ରା ସ୍କୁଲ ସଂଲଗ୍ନ ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ(ହ‌ଷ୍ଟେଲ)ରେ ବ୍ୟାପକ ଅବ୍ୟବସ୍ଥା ଓ ବିଭାଗୀୟ ଅବହେଳା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଗରିବ ପିଲାମାନେ ଖାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି।

ହ‌ଷ୍ଟେଲର ନିଜସ୍ବ ରୋଷେଇ ଘର ଥିଲେ ହେଁ ସେଠାରେ ରୋଷେଇ ହେଉନଥିବା ଅନ୍ତେବାସୀ କହନ୍ତି। ସ୍କୁଲ ବରଗଛ ମୂଳେ ବଡ଼ ଚୁଲିରେ କିମ୍ବା ବର୍ଷା ହେଲେ ଏହା ପାଖ ରୋଷେଇ ଘରେ ରନ୍ଧା ଯାଉଥିବା ଦେଖାଯାଇଛି। ଚୁଲି ପାଖରୁ ପିଲାମାନଙ୍କ ଆବାସିକ ଘର ପାଖାପାଖି ୨ ଶହ ମିଟର ଦୂର। ଶିଶୁ ଅନ୍ତେବାସୀଙ୍କୁ ଦେଓଗାଁ-ନଗଡ଼ା ମୁଖ୍ୟ ସଡ଼କରେ ରାସ୍ତା ଅତିକ୍ରମ କରିବାକୁ ହୋଇଥାଏ। ବର୍ଷାଦିନିଆ ଅଧିକାଂଶ ଦିନ ପିଲାମାନଙ୍କ ଭୋଜନ ଥାଳିରେ ବର୍ଷାପାଣି ପଡ଼ିବା ଦେହସୁହା ହୋଇଗଲାଣି।

ସେହିପରି ଶୁଖିଲା ପାଗରେ ସଡ଼କର ଧୂଳିମଳି ପଡ଼ୁଥିଲେ ହେଁ ଅବ୍ୟବସ୍ଥା ବିରୁଦ୍ଧରେ ମୁହଁ ଖୋଲିବାକୁ ପିଲାଏ ଏଯାବତ୍ ସାହସ ଜୁଟାଇ ପାରିନାହାନ୍ତି। ଏକାଧିକ ବାର ପିଲାଏ ଭାତ ଥାଳି ଧରି ହଷ୍ଟେଲ ବାହାରିବା ବେଳକୁ ଆରମ୍ଭ ହେଉଥିବା ବର୍ଷା ଦେଖି ଦୌଡ଼ିବା ସମୟରେ ଭାତଥାଳି ପଡ଼ିଯାଇ ଭୋକିଲା ରହୁଥିବାର ବହୁ ଅଲୋଡ଼ା ଦୃଷ୍ଟାନ୍ତ ରହିଥିବା ପିଲାଏ କହନ୍ତି। ସେହିପରି ଛାତ୍ରୀମାନେ ବ୍ୟସ୍ତ ବହୁଳ ସଡ଼କରେ ଭାତଥାଳି ଧରି ଧାଡ଼ିହୋଇ ହଷ୍ଟେଲକୁ ଯାଉଥିବା ଓ ଖାଲି ଥାଳି ଧରି ଚୁଲିମୁଣ୍ଡକୁ ଆସୁଥିବାର ଦୃଶ୍ୟ ବିଭାଗୀୟ ଅବହେଳା ଓ ପ୍ରଶାସନର ଦୁର୍ବଳ ସାମାଜିକ ନିରାପତ୍ତା ବ୍ୟବସ୍ଥାକୁ ଇଙ୍ଗିତ କରୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

୨୦୧୬ ମସିହା ଜୁନ ୩୦ ତାରିଖରେ ନଗଡ଼ା ଶିଶୁ ମଡ଼କ ଘଟଣାବଳୀ ଲୋକଲୋଚନକୁ ଆସିବା ପରେ ପ୍ରଶାସନ ପକ୍ଷରୁ ନଗଡ଼ା ପାହାଡ଼ ତଳ ଏହି ଦେଓଗାଁ ସ୍କୁଲରେ ଅସ୍ଥାୟୀ ବେସ୍‌ କ୍ୟାମ୍ପ୍ ଖୋଲାଯାଇ ସେଠାରୁ ସମାଧାନମୂଳକ ପଦକ୍ଷେପ ନିଆଯାଉଥିଲା। ତତ୍କାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ସପ୍ତାହରେ ୪ ରୁ ୫ ଦିନ ବେସ୍‌ କ୍ୟାମ୍ପ୍‌ ଆସୁଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏଠାରେ ଅବସ୍ଥାନ କରୁଥିଲେ। ସେଠାରୁ ନଗଡ଼ାକୁ ରିଲିଫ୍‌ ଓ ଆନୁଷଙ୍ଗିକ ସହାୟତା ପଠାଯାଉଥିଲା। ଏଠାରେ ସ୍ବତନ୍ତ୍ର ଆଧାର କାର୍ଡ ପ୍ରସ୍ତୁତି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ସବୁ ପ୍ରଶାସକ ଓ ରାଜନେତା ଦେଓଗାଁ ବେସ୍‌ କ୍ୟାମ୍ପ୍ ପହଞ୍ଚି ଗସ୍ତ ବିବରଣୀ ପଚାରି ବୁଝିବା ପରେ ସେଠାରୁ ଚାଲିଚାଲି ନଗଡ଼ା ଯାଉଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button