ରାଜ୍ୟ
IAS Officer R Santhagopalan Resigns ବରିଷ୍ଠ ଆଇଏଏସ୍ ଅଧିକାରୀ ଆର୍ ସନ୍ଥଗୋପାଳନଙ୍କ ଇସ୍ତଫା !
୨୦୦୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଆର୍ ସନ୍ଥଗୋପାଳନ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ।

ଭୁବନେଶ୍ବର: ୨୦୦୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଚାକିରିରୁ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି। ଏହା ପରେ ସେ ଆଇଏଏସ୍ ଅଧିକାରୀଙ୍କ ବିଭିନ୍ନ ହ୍ବାଟସ୍ଆପ୍ ଗ୍ରୁପରୁ ନିଜ ଆଡ଼ୁ ବାହାରି ଯାଇଛନ୍ତି। ତେବେ ତାଙ୍କ ଇସ୍ତଫାର କାରଣ ଜଣାପଡ଼ିନି। ଏ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହଠାତ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଘଟଣା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।
ସୌଜନ୍ୟ ସମ୍ବାଦ




