Forest fire: ‘ଚିଲିକା’ରେ ବନାଗ୍ନି ଉପରମୁହାଁ: ଶୂନ ଥିଲା, ୬୬୫ ହେଲା
ଖୋରଧା ଜିଲ୍ଲାରେ ବନାଗ୍ନି ଚିନ୍ତାଜନକ। କେବଳ ଖୋରଧା ଉପଖଣ୍ଡ ସହ ଜଡ଼ିତ ଦୁଇ ବନଖଣ୍ଡରେ ଗଲା ଖରାଦିନେ ଠାବ ହୋଇଛି ୧ହଜାର ୯୧ଟି ବନାଗ୍ନି। ଖୋଦ୍ ଜଙ୍ଗଲ ବିଭାଗ ମନ୍ତ୍ରୀ ଦେଇଥିବା ଏ ସୂଚନା କେବଳ ଖୋରଧା ବନଖଣ୍ଡ ପାଇଁ ଏକ ସତର୍କଘଣ୍ଟି ହୋଇନାହିଁ...

ଖୋରଧା (ବିକାଶ ଚନ୍ଦ୍ର ସାହୁ): ଖୋରଧା ଜିଲ୍ଲାରେ ବନାଗ୍ନି ଚିନ୍ତାଜନକ। କେବଳ ଖୋରଧା ଉପଖଣ୍ଡ ସହ ଜଡ଼ିତ ଦୁଇ ବନଖଣ୍ଡରେ ଗଲା ଖରାଦିନେ ଠାବ ହୋଇଛି ୧ହଜାର ୯୧ଟି ବନାଗ୍ନି। ଖୋଦ୍ ଜଙ୍ଗଲ ବିଭାଗ ମନ୍ତ୍ରୀ ଦେଇଥିବା ଏ ସୂଚନା କେବଳ ଖୋରଧା ବନଖଣ୍ଡ ପାଇଁ ଏକ ସତର୍କଘଣ୍ଟି ହୋଇନାହିଁ, ବରଂ ଚିଲିକା ଭଳି ବନ୍ୟପ୍ରାଣୀ ବନଖଣ୍ଡରେ ତା’ଠାରୁ ଅଧିକ ବନାଗ୍ନି ସ୍ଥାନ ଚିହ୍ନଟ ହେବା ଘଟଣା ବନ୍ୟପ୍ରାଣୀଙ୍କ ପ୍ରତି ଥିବା ବିପଦ କଥାକୁ ସୂଚାଇ ଦେଉଛି। ବିଭାଗୀୟ ରିପୋର୍ଟ ମୁତାବକ, ଖୋରଧା ଜିଲ୍ଲା ସହିତ ପ୍ରାୟ ଚାରିଟି ବନଖଣ୍ଡ ରହିଛି। ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ସିଟି ଫରେଷ୍ଟ ଓ ଖୋରଧା ବନଖଣ୍ଡ। ଚନ୍ଦକା ଓ ସିଟି ଫରେଷ୍ଟ ଡିଭିଜନ୍ ରାଜଧାନୀକୁ ଲାଗି ରହିଥିବା ବେଳେ ଖୋରଧା ଉପଖଣ୍ଡ ସହିତ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଖୋରଧା ବନଖଣ୍ଡ ରହିଛି। ଗତ ତିନି ବର୍ଷର ରିପୋର୍ଟ କହୁଛି, ୨୦୨୪ରେ ଖୋରଧା ବନଖଣ୍ଡରେ ମୋଟ ୬୯ଟି ବନାଗ୍ନି ଚିହ୍ନଟ ହୋଇଥିଲା। ସେଥିରୁ ୬୭ଟି ବନାଗ୍ନି ପାଖରେ ବନ ବିଭାଗ ପହଞ୍ଚି ପାରିଥିଲା। ଉପରୋକ୍ତ ୬୯ଟି ବନାଗ୍ନିରେ ଖୋରଧା ବନଖଣ୍ଡର ମୋଟ ୨୧୧.୭୫୨ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା।
ସୌଜନ୍ୟ ସମ୍ବାଦ




