ରାଜ୍ୟ

Arrest: କୋଲକାତା ଗ‌ଞ୍ଜେଇ ଚୋରା ଚାଲାଣ! ୩ ସନ୍ଦିଗ୍ଧ ବାଲାଂଦେଶୀ ମହିଳା ସହ ୪ ଗିରଫ

ଅନୁଗୋଳରୁ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ବାଟରେ ସୁକିନ୍ଦା ପୁଲିସ ପଞ୍ଝାରେ ପଡ଼ିଛନ୍ତି ୪ ସନ୍ଦିଗ୍ଧ ବାଲାଂ‌ଦେଶୀ ନାଗରିକ। ଅଭିଯୁକ୍ତମାନେ ହେଲେ ଆୟେଶା ବିବି(୫୫), ଅଞ୍ଜନା ବିବି(୫୬), ବୁଲଟି ବିବି(୨୯) ଓ କିଙ୍ଗପିନ୍‌ ଅବଦୁଲ...

କାଳିଆପାଣି (ରବି ନାରାୟଣ କର): ଅନୁଗୋଳରୁ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ବାଟରେ ସୁକିନ୍ଦା ପୁଲିସ ପଞ୍ଝାରେ ପଡ଼ିଛନ୍ତି ୪ ସନ୍ଦିଗ୍ଧ ବାଲାଂ‌ଦେଶୀ ନାଗରିକ। ଅଭିଯୁକ୍ତମାନେ ହେଲେ ଆୟେଶା ବିବି(୫୫), ଅଞ୍ଜନା ବିବି(୫୬), ବୁଲଟି ବିବି(୨୯) ଓ କିଙ୍ଗପିନ୍‌ ଅବଦୁଲ ସତ୍ତାର(୬୨)। ସମସ୍ତେ ଏକ ପରିବାର ସଦସ୍ୟ ଭଳି ଦୂର ଜାଗାରୁ ଘର ଫେରିବା ଯୋଜନାରେ ଯାଜପୁର–ଢେଙ୍କାନାଳ ସୀମାନ୍ତ ବୋତଲଣ୍ଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ନାଟକ କରୁଥିଲେ।

ଭୁବନରେ ଅଧା ଗଞ୍ଜେଇ ଚାଲାଣ କରି ସେମାନେ ଅନ୍ୟ ଏକ ଗାଡ଼ିରେ ଖସିଯିବା ଯୋଜନା କରିଥିଲେ। ସେମାନଙ୍କ ଆଚରଣକୁ ସ‌ନ୍ଦେହକରି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଥିଲା। ଯାଞ୍ଚ୍ କରିବାରେ ସେମାନେ ଧରିଥିବା ୩ଟି ସୁଟକେସ୍‌ ଓ ଗୋଟିଏ ପ୍ଲାଷ୍ଟିକ୍‌ ଡ୍ରମ ଭିତରୁ ପାଖାପାଖି ୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ ଠିକଣା ଥିବା ପରିଚୟପତ୍ର ଦେଖାଉଥିଲେ ହେଁ ଅଭିଯୁକ୍ତମାନେ ବାଲାଂଦେଶୀ ନାଗରିକ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ସୁକିନ୍ଦା ଥାନାରେ ପହଞ୍ଚି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ଉପସ୍ଥିତିରେ ମାମଲାର ତଦନ୍ତକୁ ତ୍ବରାନ୍ବିତ କରାଇଥିବା ସୂଚନା ମିଳିଛି। ଏନ୍‌ଡିପିଏସ୍‌ ଆକ୍ଟ୍‌ ଆଧାରରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button