ରାଜ୍ୟ

The Srigundicha Temple: ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିଲା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଅମୃତମଣୋହି ଜମି

ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲି ନିକଟସ୍ଥ ମୂଲ୍ୟବାନ ଦେଢ଼ ଏକରର ଅମୃତମଣୋହି ଜମି ପୁଣି ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବାକୁ ଯାଉଛି। ପୂର୍ବରୁ ସାବିକ ରେକର୍ଡରେ ଜମିର ସ୍ଥିତି ଅମୃତମ‌ଣୋହି ଓ ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ...

କଟକ: ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲି ନିକଟସ୍ଥ ମୂଲ୍ୟବାନ ଦେଢ଼ ଏକରର ଅମୃତମଣୋହି ଜମି ପୁଣି ଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବାକୁ ଯାଉଛି। ପୂର୍ବରୁ ସାବିକ ରେକର୍ଡରେ ଜମିର ସ୍ଥିତି ଅମୃତମ‌ଣୋହି ଓ ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ମଧ୍ୟ ୨୦୦୨ ହାଲ୍‌ ରେକର୍ଡରେ ଏହାକୁ ପରିବର୍ତ୍ତନ କରାଯାଇ ବ୍ୟକ୍ତିଗତ ନାମକୁ ଆଣିବାକୁ ତଞ୍ଚକତା କରାଯାଇଥିଲା। ହେଲେ ରାଜସ୍ବ ପର୍ଷଦର ଏହି ମାମଲାର ଶୁଣାଣି କରି ସଦସ୍ୟ ସତ୍ୟବ୍ରତ ସାହୁ ଉକ୍ତ ଜମିକୁ ପୁଣି ମହାପ୍ରଭୁଙ୍କ ନାମରେ ରେକର୍ଡ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସୂଚନା ଅନୁସାରେ, ତାଳବଣିଆ ମୌଜାର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଜମିଟି ଥିବାରୁ ଏହାର ଗୁରୁତ୍ବ ଅଧିକ ଥିଲା। ୧୯୮୯ ମସିହା ସାବିକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିର ମାଲିକାନାରେ ପରିବର୍ତ୍ତନ କରାଯାଇଥିବାରୁ ମାମଲାର ଶୁଣାଣି ବେଳେ ରେକର୍ଡରେ ହେରଫେର୍‌ ହୋଇଥିବା ନେଇ ପ୍ରମାଣ ମିଳିଥିଲା। ଜମିର ମୂଳ ମାଲିକାନା ଓ ପରବର୍ତ୍ତୀ ହସ୍ତାନ୍ତରର ବୈଧତାକୁ ନେଇ ଆଇନଗତ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନର ଧାରା ୩୨ ଅନୁଯାୟୀ ସ୍ୱତଃପ୍ରବୃତ୍ତ ଭାବେ ରାଜସ୍ବ ପର୍ଷଦ ମାମଲା ଗ୍ରହଣ କରି ରେକର୍ଡ ଓ ଦଲିଲଗୁଡ଼ିକର ଯାଞ୍ଚ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button