ରାଜ୍ୟ

Mahanadi River: ମହାନଦୀ ପାଇଁ ଦିଲ୍ଲୀରେ ମହାବୈଠକ: ଅଧ୍ୟକ୍ଷତା କଲେ ଅମିତ ଶାହ

ମହାନଦୀ ଜଳବିବାଦର ଆପୋସ ସମାଧାନ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଗତ ଜୁଲାଇ ମାସରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା।

ନୂଆଦିଲ୍ଲୀ/ଭୁବନେଶ୍ବର: ମହାନଦୀ ଜଳବିବାଦର ଆପୋସ ସମାଧାନ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଗତ ଜୁଲାଇ ମାସରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜଳବିବାଦ ସମ୍ପର୍କିତ ଆଉ ଏକ ବୈଠକ ହୋଇଛି। ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଖୁବ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି। ଆମେ ଧୀରେ ଧୀରେ ସମାଧାନର ନିକଟତର ହେଉଛୁ। ଖୁବ୍‌ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ। ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ।

ଅଧ୍ୟକ୍ଷତା କଲେ ଅମିତ ଶାହ 
ଯୋଗ ଦେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ସମାଧାନର ନିକଟତର ହେଉଛୁ: ମୋହନ

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେଉଛି। ରାଜ୍ୟମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ପଥ ଉନ୍ମୁକ୍ତ ହେଉଛି। ଆମର ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ସମସ୍ୟାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଇନଗତ ପ୍ରକ୍ରିୟା ସହିତ ପ୍ରଶାସନିକ ଓ ରାଜନୈତିକ ସମାଧାନର ପନ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି। ଏହା ଅନ୍ୟ ରାଜ୍ୟମାନଙ୍କ ପାଇଁ ବିବାଦ ସମାଧାନର ଏକ ନମୁନା ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button