ରାଜ୍ୟ
ଓଡ଼ିଶାରେ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ କଲେ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର, ୦୩/୧୦: ଓଡ଼ିଶା ବିଜେପିର ନୂଆ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ସ୍ୱଦେଶ ସିଂ ପ୍ରଥମ ଥର ପାଇଁ ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
ଓଡ଼ିଶା ଗସ୍ତ ସମୟରେ ପୁରନ୍ଦେଶ୍ୱରୀ ରାଜ୍ୟ ବିଜେପିର ସାଂଗଠନିକ ସ୍ଥିତି ଓ କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିବେ। ଆଜି ରାଜ୍ୟ ବିଜେପି ସଭାପତି ଏବଂ ୩୭ଟି ସାଂଗଠନିକ ଜିଲ୍ଲାର ପ୍ରଭାରୀଙ୍କ ସହ ସେ ଆଲୋଚନା କରିବେ।
ସେହିପରି ସନ୍ଧ୍ୟାରେ ଜିଲ୍ଲା ପ୍ରଭାରୀ ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ ସହ ବୈଠକ କରି ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ। ଏହାପରେ ରାଜ୍ୟ ବିଜେପି ସଂଗଠନର ସାଧାରଣ ସମ୍ପାଦକ ଓ ଉପସଭାପତିମାନଙ୍କ ସହ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରଭାରୀ।
ସୌଜନ୍ୟ ପ୍ରମେୟ




