ରାଜ୍ୟ

Durga Puja 2026: ଏଥର ଗଙ୍ଗନଗରରେ ଝଲସିବ ରାଜପ୍ରାସାଦ ଢାଞ୍ଚାରେ ତୋରଣ, ରୁପା ମୁକୁଟରେ ଝଲସିବେ ମା’

ଭୁବନେଶ୍ୱର, ୦୩/୧୦: ୨୦ ହଜାର ଟଙ୍କା ବଜେଟ୍‌ରେ ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ ଆରମ୍ଭ ହେଇଥିଲା ମା’ ଙ୍କ ପୂଜା । ପ୍ରଥମେ ଅନୁଷ୍ଠାନ ଟେଣ୍ଟ ବାନ୍ଧି ପୂଜାର ଆୟୋଜନ କରିଥିଲା । ହେଲେ ସେହି ପୂଜା ଏବେ ନେଇଛି ବିଶାଳ ରୂପ । ପ୍ରତିବର୍ଷ ଆଖି ଝଲସାଇଲା ଭଳି ତୋରଣକୁ ସାଙ୍ଗକୁ ହେଉଛି ଆକର୍ଷଣୀୟ ମା’ ଙ୍କ ମୂତ୍ତି ର୍ର ପୂଜା ।

ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ଦକ୍ଷିଣ ଭାରତର ଏକ ରାଜପ୍ରାସାଦ ଆକାର ତୋରଣ ପ୍ରସ୍ତୁତ କରାଯାଉଛି । ଯାହାର ଉଚ୍ଚତା ୭୦ ଫୁଟ ରହିଛି । ଏହି ତୋରଣକୁ ନିର୍ମାଣ ପାଇଁ ୩୦ ଜଣ ବଙ୍ଗୀୟ କାରିଗର ନିୟୋଜିତ ହୋଇଛନ୍ତି । ଏହି ଆକର୍ଷଣୀୟ ତୋରଣରେ ୧୫ ଫୁଟ ଉଚ୍ଚର ମା’ ଦୁର୍ଗାଙ୍କ ମୂର୍ତ୍ତି ଶୋଭାପାଇବ । ଯାହାକୁ ବଙ୍ଗୀୟ କାରିଗରମାନେ ନିର୍ମାଣ କରୁଛନ୍ତି । ଅନୁଷ୍ଠାନ ପକ୍ଷରୁ ୩୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ପୂଜା ପାଇଁ ଗଙ୍ଗନଗର ଛକରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯିବା ।

ମା’ ଦୁର୍ଗା ଓ ପାଶ୍ୱର୍ ଦେବଦେବୀ ରୁପା ମୁକୁଟ ପରିଧାନ କରିବେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ଶିବିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହିତ ସିସିଟିଭି କ୍ୟାମେରା ମଧ୍ୟ ଲାଗିବ । ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସହିତ ହୁଇଲଚେୟାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button