ରାଜ୍ୟ

EV ଗାଡ଼ି କିଣିବେ କି ନାହିଁ ? ଟେନସନ୍‌ରେ କେତ୍ରା, ବିକ୍ରେତା, ନୂଆ ଇଭି ନୀତି ଲାଗୁ କେବେ ?

ଭୁବନେଶ୍ୱର ୦୩/୧୦: ସେପ୍ଟେମ୍ବର ୩୦ରୁ ବ୍ୟାଟେରି ଚାଳିତ ଗାଡି଼(ଇଭି) ସବ୍‌ସିଡି ପ୍ରଦାନର ଅବଧି ସରିଲାଣି । କୌଣସି ଇଭି ଗାଡି଼ କିଣିଲେ, ସବ୍‌ସିଡି ପାଇଁ ସୋ’ରୁମ୍ ଡିଲର ଆବେଦନ ବି କରିପାରୁନାହାନ୍ତି । ଦିନ ଯେତିକି ଗଡୁଛି, ସେତିକି ଦ୍ୱନ୍ଦ୍ୱ ବଢ଼ିଚାଲିଛି । କେବେଠୁ ପୁଣି ସବ୍‌ସିଡି ମିଳିବ, କିଛି ଠିକ୍ ଠିକଣା ନାହିଁ । ଇଭି ଗାଡି଼ର କ୍ରେତା ଓ ବିକ୍ରେତା, ଉଭୟେ ଟେନସନରେ ଅଛନ୍ତି ।

ରାଜଭବନ ନିକଟସ୍ଥ ନାରାୟଣୀ ମୋଟର୍ସର ସେଲସ୍ ମ୍ୟାନେଜର ସୁଶ୍ରୀସ୍ମିତା ସ୍ୱାଇଁଙ୍କ କହିବା ମୁତାବକ, ଯେଉଁମାନେ ନୂଆ ଇଭି କାର୍ ପାଇଁ ପ୍ରି-ବୁକିଂ କରିଛନ୍ତି । ଏଯାଏଁ ଗାଡି଼ ପାଇନାହାନ୍ତି । ଆସନ୍ତା ୨-୩ ମାସରେ କାର ପାଇବେ । ସେମାନେ ଅଧିକ ଟେନସନରେ ଅଛନ୍ତି । ବିଶେଷକରି, ଡିମାଣ୍ଡରେ ଥିବା ବିଭିନ୍ନ କମ୍ପାନୀର କାର ପ୍ରି-ବୁକ୍ କରିବାକୁ କ୍ରେତାମାନେ ପଛଘୁଞ୍ଚା ଦେଉଛନ୍ତି । ୨ ଦିନ ଧରି ଇଭି ସବ୍‌ସିଡି ପୋର୍ଟାଲ୍‌ରେ ଆବେଦନ କରିବାକୁ ମଧ୍ୟ ଅସୁବିଧା ହେଉଛି । ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଉକ୍ତ ପୋର୍ଟାଲରେ ଅପ୍‌ଲୋଡ଼ କରିହେଉନାହିଁ । ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଆସନ୍ତା ୩ ମାସ ପାଇଁ ଇଭି ସବ୍‌ସିଡି ପ୍ରଦାନ ଅବଧି ବୃଦ୍ଧି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପରିବହନ ସଚିବଙ୍କ ଅନୁମତିକ୍ରମେ ଆସନ୍ତାକାଲିଠୁ ପୁଣି ଲାଗୁ ହେବ । ଗାଡି଼ କ୍ରେତା ଓ ବିକ୍ରେତା ଏହାର ଲାଭ ପାଇପାରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button