ରାଜ୍ୟ

Dharmendra: ଘରୋଇ କମ୍ପାନିକୁ ଅନୁକମ୍ପା ଦେବା ପଛର ରହସ୍ୟ କ’ଣ: ଧର୍ମେନ୍ଦ୍ର

ଓଡ଼ିଶାରେ ଏମ୍‌ଏମ୍‌ଡିଆର୍ ଆଇନ ଏବଂ ଖଣିଜ ସମ୍ପଦ ଯୋଗାଣକୁ ନେଇ ପୁଣି ବିଜେଡି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର: ଓଡ଼ିଶାରେ ଏମ୍‌ଏମ୍‌ଡିଆର୍ ଆଇନ ଏବଂ ଖଣିଜ ସମ୍ପଦ ଯୋଗାଣକୁ ନେଇ ପୁଣି ବିଜେଡି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ବିରୋଧୀ ଦଳ ନେତା ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ। ଓଡ଼ିଶାର ଜନସାଧାରଣ ଏତେ ବୋକା ନୁହନ୍ତି ଯେ, ଏକ ମିଛକୁ ବାରମ୍ବାର କହିଲେ ତାହାକୁ ସତ ବୋଲି ଗ୍ରହଣ କରିନେବେ। ଓଡ଼ିଶା ହାଇକୋର୍ଟଙ୍କ ଗତକାଲିର ରାୟରୁ ସ୍ପଷ୍ଟ ହୋଇଛି ଯେ ଗତ ବିଜେଡି ସରକାର କିଭଳି ଘରୋଇ କମ୍ପାନିମାନଙ୍କୁ ଘଣ୍ଟ ଘୋଡ଼ାଇ ଅହେତୁକ ଅନୁକମ୍ପା ଦେବାର ବାଟ ତିଆରି କରିଥିଲେ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦିଷ୍ଟ ଘରୋଇ ଶିଳ୍ପ ସଂସ୍ଥାକୁ ୨୦୦୪ ମସିହାରେ ବିଜେଡି ସରକାର ଦ୍ୱାରା ଦିଆଯାଇଥିବା ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣ ଦାବିକୁ ଖାରଜ କରିଦେଇଛନ୍ତି। ପ୍ରାକୃତିକ ସମ୍ପଦକୁ ନେଇ ପୁରୁଣା ପ୍ରତିଶ୍ରୁତି ଦେଖାଇ ଚାଲୁଥିବା ଆଇନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ରର ମୋଦୀ ସରକାରଙ୍କ ସ୍ୱଚ୍ଛ ଏମ୍‌ଏମ୍‌ଡିଆର୍ ଆଇନ ଏବଂ ଏମ୍‌ସିଆର୍ ୨୦୧୬ ନିୟମ ୪୫  ସଂଶୋଧନ ପରେ ବକ୍ସାଇଟ୍‌ର ହାରାହାରି ବିକ୍ରୟ ମୂଲ୍ୟରେ କନଭର୍ସନ ଫ୍ୟାକ୍ଟର ଲାଗୁ ହୋଇଥିଲା।

ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସାଂସଦଙ୍କ ଟ୍ୱିଟ୍‌ 
ବିଜେଡି ଓ ନବୀନ ବାବୁ ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ

ଏହା ଦ୍ୱାରା ବକ୍ସାଇଟ୍‌ର ଦର ପ୍ରତି ଟନ୍‌ରେ ୭୫୦ ଟଙ୍କାରୁ ୧୭୦୭ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ନିୟମ ଯୋଗୁଁ ଓଏମ୍‌ସି ଲାଭବାନ ହେବା ସହ ଓଡ଼ିଶାକୁ ରୟାଲଟି, ଡିଏମ୍‌ଏଫ୍ ଏବଂ ଏନ୍‌ଏମ୍‌ଇଟି ଜରିଆରେ ହଜାର ହଜାର କୋଟି ଟଙ୍କାର ବର୍ଦ୍ଧିତ ରାଜସ୍ୱ ମିଳିଥା’ନ୍ତା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୨୦୨୦ ଫେବ୍ରୁଆରି ୧ ଏବଂ ଅକ୍ଟୋବର ୭ରେ ପୃଥକ ଚିଠି ଲେଖି କନଭର୍ସନ ଫ୍ୟାକ୍ଟରକୁ କମାଇ ଘରୋଇ କମ୍ପାନି ଚାହୁଥିବା ସର୍ବନିମ୍ନ ଦର ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନିକୁ ଅନୁକମ୍ପା ଦେବା ପାଇଁ ଏହି ଚିଠି ଲେଖାଯାଇଥିଲା, ଯାହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button