ରାଜ୍ୟ
Odisha Police ‘Daman’ Drive: ‘ଦମନ’ ଅଭିଯାନ: ୧,୪୪୮ ଏନ୍ବିଡବ୍ଲୁ କାର୍ଯ୍ୟକାରୀ, ୧,୭୦୭ ଅବକାରୀ ମାମଲା ଓ ୮୯ ଏନ୍ଡିପିଏସ୍ ମାମଲା ରୁଜୁ
ପାର୍ବଣ ପୂର୍ବରୁ ଓଡ଼ିଶା ପୁଲିସର ‘ଦମନ’ ଅଭିଯାନରେ ୧,୪୪୮ ଏନ୍ବିଡବ୍ଲୁ କାର୍ଯ୍ୟକାରୀ, ୧,୭୦୭ ଅବକାରୀ ଓ ୮୯ ଏନ୍ଡିପିଏସ୍ ମାମଲା ରୁଜୁ।

କଟକ: ଆଗାମୀ ପାର୍ବଣ ପରିବେଶକୁ ଅପରାଧ ଓ ଅପରାଧୀ ମୁକ୍ତ କରିବାକୁ ରାଜ୍ୟ ପୁଲିସ ପକ୍ଷରୁ ‘ଦମନ’ ଅଭିଯାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୧ରୁ ଚାଲିଥିବା ଏହି ଅଭିଯାନରେ ଜିଲ୍ଲା ପୋଲିସ, କମିଶନରେଟ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ ଗୁଡିକ ଯୋଗ ଦେଇଥିଲେ। ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା (ଏନ୍ଡିପିଏସ୍) କାର୍ଯ୍ୟକାରୀ କରାଯାଇଥିବା ବେଳେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି।
ସୌଜନ୍ୟ ସମ୍ବାଦ


