ରାଜ୍ୟ

Declaration from Form 6 ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ

ଏସଆଇଆର-୨୦୨୬ ପରେ ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲା ଇସିଆଇ। ଯୋଗ୍ୟ ନାଗରିକଙ୍କୁ ୨୦୦୨ ଭୋଟର ତାଲିକା ତଥ୍ୟ ଦେବାକୁ ପଡ଼ିବ ନାହିଁ।

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ସାମିଲ କରାଇବାର ସୁଯୋଗ ଅବ୍ୟାହତ ରହିଛି। ଏଥିପାଇଁ ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ।

ଏସଆଇଆର ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ତେବେ ପୁନର୍ବାର ନାମ ସାମିଲ କରାଇବା ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ। ସେହିପରି, ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ।

ଏ ସମ୍ପର୍କିତ ଅତିରିକ୍ତ ଘୋଷଣାନାମାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଫର୍ମ-୬ରୁ ହଟାଇ ଦେଇଛନ୍ତି। ଏହା ଫଳରେ ଏସଆଇଆର-୨୦୨୬ ପରେ ଭୋଟର ତାଲିକାରେ ନାମ ସାମିଲ କରାଇବାକୁ ଇଚ୍ଛୁକ ଯୋଗ୍ୟ ନାଗରିକମାନେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ କିମ୍ବା ଘୋଷଣାନାମା ବିନା ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରିପାରିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button