ରାଜ୍ୟ
Dead: ଜଳପ୍ରପାତରେ ଲିଭିଗଲା ଜୀବନ ଦୀପ; ଯୁବ ଖଣି ଯନ୍ତ୍ରୀଙ୍କ ଅକାଳ ମୃତ୍ୟୁରେ ଗାଁ ସ୍ତବ୍ଧ
ଯାଜପୁର ଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ମାଇନିଂ ଇଞ୍ଜିନିଅର ଦିବ୍ୟ ରଞ୍ଜନ ମହାନ୍ତ(୨୫)ଙ୍କର ତାଙ୍କ କର୍ମକ୍ଷେତ୍ର ସିରାଜୁଦ୍ଦିନ ଵାଲଦା ଲୌହ ଖଣିରୁ ପାର୍ଶ୍ଵସ୍ଥ ହାଣ୍ଡିଭଙ୍ଗା ଜଳପ୍ରପାତରେ ବୁଡ଼ି ମୃତ୍ୟୁ...

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ଗାଁର ମାଇନିଂ ଇଞ୍ଜିନିଅର ଦିବ୍ୟ ରଞ୍ଜନ ମହାନ୍ତ(୨୫)ଙ୍କର ତାଙ୍କ କର୍ମକ୍ଷେତ୍ର ସିରାଜୁଦ୍ଦିନ ଵାଲଦା ଲୌହ ଖଣିରୁ ପାର୍ଶ୍ଵସ୍ଥ ହାଣ୍ଡିଭଙ୍ଗା ଜଳପ୍ରପାତରେ ବୁଡ଼ି ମୃତ୍ୟୁ ହୋଇଥିଲା। ଗାନ୍ଧୀ ଜୟନ୍ତୀ ଛୁଟିରେ ସେ ସାଥୀମାନଙ୍କ ସହ ସେଠାକୁ ଗାଧୋଇବାକୁ ଯାଇଥିଲେ। ସେଠାରୁ ତାଙ୍କ ସ୍ନାନରତ ଶେଷ ଭିଡିଓ ଏବେ ଭାଇରାଲ ହେଉଛି।
ଗୃହିଣୀ ରେଖା ମହାନ୍ତ ଓ ପିମ୍ପୁଡ଼ିଆ ପତିତପାବନ ହାଇସ୍କୁଲ କର୍ମଚାରୀ ପ୍ରତାପ ଚନ୍ଦ୍ର ମହାନ୍ତଙ୍କ ଏକମାତ୍ର ପୁଅ ଦିବ୍ୟ ରଗଡି ପଲ୍ଲି ଟେକନିକରୁ ମାଇନିଂ ଡିପ୍ଲୋମା ପାସ କରିଥିଲେ। ଗତ ଅଗଷ୍ଟ ପହିଲାରେ କେସିସି କମ୍ପାନିରେ ମାଇନିଂ ଫୋରମ୍ୟାନ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ।
ସୌଜନ୍ୟ ସମ୍ବାଦ




