ରାଜ୍ୟ

Crocodile: ଦେଢ଼ ଘଣ୍ଟା ଧରି ଚାଲିଲା ମଣିଷ-କୁମ୍ଭୀର ସଂଘର୍ଷ: କୁମ୍ଭୀର ମୁହଁରୁ ଭାଇକୁ ଛଡ଼ାଇ ଆଣିଲେ ୨ ଭାଇ

ମହାନଦୀର ଗଭୀର ଜଳରାଶି ଭିତରେ ଚାଲିଥିଲା ଜୀବନ ଓ ମୃତ୍ୟୁର ଲଢ଼େଇ। ଗୋଟିଏ ପଟେ ହିଂସ୍ର କୁମ୍ଭୀର, ଅନ୍ୟପଟେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ ଜଣେ ଯୁବକ। ମୃତ୍ୟୁ ଯେମିତି ତାଙ୍କୁ ଅପେକ୍ଷା...

ପୁରୁଣାକଟକ: ମହାନଦୀର ଗଭୀର ଜଳରାଶି ଭିତରେ ଚାଲିଥିଲା ଜୀବନ ଓ ମୃତ୍ୟୁର ଲଢ଼େଇ। ଗୋଟିଏ ପଟେ ହିଂସ୍ର କୁମ୍ଭୀର, ଅନ୍ୟପଟେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ ଜଣେ ଯୁବକ। ମୃତ୍ୟୁ ଯେମିତି ତାଙ୍କୁ ଅପେକ୍ଷା କରି ରହିଥିଲା। ହେଲେ ହାର ମାନିନଥିଲେ ସେ। ଆଉ ଏପଟେ ଭାଇର ଆର୍ତ୍ତ ଚିତ୍କାର ଶୁଣି ନିଜ ଜୀବନକୁ ତୁଚ୍ଛ କରି ନଦୀକୁ ଡେଇଁ ପଡ଼ିଥିଲେ ଅନ୍ୟ ଦୁଇ ଭାଇ। ଦୀର୍ଘ ଦେଢ଼ଘଣ୍ଟାର ଜୀବନ-ମରଣ ସଂଘର୍ଷ ପରେ କୁମ୍ଭୀର କବଳରୁ ଭାଇକୁ ଜୀବନ୍ତ ଉଦ୍ଧାର କରିବାରେ ସେମାନେ ସଫଳ ହୋଇଛନ୍ତି। ଏହି ଅସାଧାରଣ ସାହସିକତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଛାତିଥରା ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ମାରାଡ଼ା ମହାନଦୀ ଘାଟରେ। କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ମାରାଡ଼ା ଗ୍ରାମର ସୁଧୀର ବେହେରା। ତାଙ୍କୁ ଉଦ୍ଧାର କରିବାକୁ ଜୀବନକୁ ବାଜି ଲଗାଇଥିବା ଦୁଇ ସାହସୀ ବ୍ୟକ୍ତି ହେଉଛନ୍ତି ତାଙ୍କ ଭାଇ ଛବିନ୍ଦ୍ର ବେହେରା ଓ ସଂପର୍କୀୟ ଭାଇ ପ୍ରମୋଦ ପ୍ରଧାନ।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ସୁଧୀର ମହାନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ ଏକ କୁମ୍ଭୀର ଆକ୍ରମଣ କରି ତାଙ୍କୁ ପାଣି ଭିତରକୁ ଟାଣି ନେବାକୁ ଉଦ୍ୟମ କରିଥିଲା। ପାଣି ଭିତରେ ଏଭଳି ଭୟଙ୍କର ଜୀବଟିର ଅପ୍ରତ୍ୟାଶିତ ଆକ୍ରମଣରେ ହତବାକ୍‌ ହୋଇ ପଡ଼ିଥିଲେ ସୁଧୀର। ତଥାପି ମୃତ୍ୟୁ ସହ ଲଢ଼େଇ କରି ସେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବା ସହ ଜୋର୍‌ରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଭାଇ ଛବିନ୍ଦ୍ର ଓ ପ୍ରମୋଦ। ଆଖି ଆଗରେ ସୁଧୀରଙ୍କୁ କୁମ୍ଭୀର କବଳରେ ଛଟପଟ ହେଉଥିବା ଦେଖି ଉଭୟ ମୁହୂର୍ତ୍ତକ ପାଇଁ ବିଚଳିତ ହୋଇପଡ଼ିଥିଲେ ସୁଦ୍ଧା ପଛଘୁଞ୍ଚା ଦେଇନଥିଲେ। ନିଜ ଜୀବନକୁ ବାଜି ଲଗାଇ ମହାନଦୀର ଗଭୀର ପାଣିକୁ ଡେଇଁ ପଡ଼ିଥିଲେ। ଆରମ୍ଭ ହୋଇଥିଲା କୁମ୍ଭୀର ସହ ଲଢ଼େଇ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button