ରାଜ୍ୟ

Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ

ସରକାରୀ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରିଥିବା ଅଭିଯୋଗରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନକୁସୁମୀ ଗାଁରେ ଟୁନା ହରିଜନଙ୍କ ଘର ଓ ଷ୍ଟଲ୍ ଭାଙ୍ଗୁଛି ପ୍ରଶାସନ।

ନବରଙ୍ଗପୁର (ସୁରେଶ ନାଇଡୁ): ସରକାରୀ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରିଥିବା ଅଭିଯୋଗରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନକୁସୁମୀ ଗାଁରେ ଟୁନା ହରିଜନଙ୍କ ଘର ଓ ଷ୍ଟଲ୍ ଭାଙ୍ଗୁଛି ପ୍ରଶାସନ। ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ଆଜି ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି।

ସୂଚନା ଅନୁସାରେ ସାନକୁସୁମୀ ଗ୍ରାମରେ ଖାତା ନମ୍ବର ୩୦୪ ଓ ପ୍ଲଟ୍ ନମ୍ବର ୨୫ରେ ମୋଟ୍ ୪୫ ସେଣ୍ଟ ସରକାରୀ ଜମି ରହିଛି। ଏହି ଜମିରୁ ୧୦ ସେଣ୍ଟ ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ପ୍ରଶାସନ ପକ୍ଷରୁ ୩୦ ଦିନିଆ ନୋଟିସ୍ ଦିଆଯାଇଥିଲା। ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଜାରି ହୋଇଥିଲା ୩ ଦିନିଆ ନୋଟିସ୍। ଏହାପରେ ଆଜି ବୁଲଡୋଜର ଲଗାଇ ଜବରଦଖଲ ଉଚ୍ଛେଦ କରିଥିଲା ପ୍ରଶାସନ। ଯାହାକୁ ନେଇ ଟୁନାଙ୍କ ପରିବାର (ମାଆ, ଭଉଣୀ ଓ ସ୍ତ୍ରୀ ) ସମ୍ପର୍କୀୟ ଆଦି ବିରୋଧ କରିଥିବା ବେଳେ ମହିଳା ପୁଲିସ ସେମାନଙ୍କୁ ଘେରି ରହି ଭାଙ୍ଗିଥିଲେ। ପରିବାରବର୍ଗକୁ ନୋଟିସ୍ ନ ଦେଇ ଏଭଳି ଯୋଜନାବଦ୍ଧ ଭାବେ ଘର ଓ ଷ୍ଟଲ ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଟୁନା ହରିଜନ ବର୍ତ୍ତମାନ ଜୟପୁର ଜେଲରେ ବିଚାରାଧୀନ ଅଭିଯୁକ୍ତ ଭାବେ ରହିଛି। ନିକଟରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୁଲିସ ଭାରତମାଳା ରାସ୍ତାରେ ପାଟ୍ରୋଲିଂ ବେଳେ ବନ୍ଧୁକ ଦେଖାଇବା ସହ ଗୁଳି ପୁଟାଇଥିବା ମାମଲାରେ ଟୁନା ନାଁରେ ବୋରିଗୁମ୍ମା ପୁଲିସ ମାମଲା ରୁଜୁ କରିଥିଲା। ଜଗଦଲପୁରରୁ ଗିରଫ କରି ଅଭିଯୁକ୍ତ ଟୁନାକୁ କୋର୍ଟକୁ ଚାଳାଣ କରିଥିଲେ। ଅଭିଯୁକ୍ତ ଟୁନା ନାଁରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଏବଂ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଡକାୟତି ଓ ଚୋରି ସମେତ ୪୦ରୁ ଅଧିକ ମାମଲା ଥିବା କହିଛନ୍ତି ଏଏସପି ଆଦିତ୍ୟ ସେନ ଓ ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା। ଉଚ୍ଛେଦ କାର୍ଯ୍ୟ ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ତହସିଲଦାର ଭୋଲେଶ୍ବର ନାୟକ, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ରାଜସ୍ୱ ନିରୀକ୍ଷକ ଆଦି ଭାଗ ନେଇଥିଲେ। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button