ଦେଶ ବିଦେଶ

JammuKashmir: ଜମ୍ମୁ କାଶ୍ମୀରରେ ହାଇ ଆଲର୍ଟ: ମୁସା ନିପାତର ପ୍ରତିଶୋଧ ନେବାପାଇଁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା

ମୁସା ନିପାତ ହେବା ଘଟଣାର ପ୍ରତିଶୋଧ ନେବାପାଇଁ ଏଲ୍‌ଇଟି ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିପାରେ ବୋଲି ଗୁଇନ୍ଦା ସୂଚନା ମିଳିବାପରେ ଜମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି।

ଶ୍ରୀନଗର: ଜମ୍ମୁ କାଶ୍ମୀରର ବଡ଼ଗାମ ଜିଲ୍ଲାରେ ଏକ ମିଳିତ ଅପରେସନ୍‌ରେ ଶୀର୍ଷ ଏଲ୍‌ଇଟି (ଲସ୍କର ଏ ତଏବା) କମାଣ୍ଡର ହଶିମ ମୁସା ଓରଫ୍‌ ଅସିଫ୍‌ ଫୌଜୀ ନିପାତ ହୋଇଥିଲା। ଏଲ୍‌ଇଟି ପାଇଁ ଏହା ଏକ ଶକ୍ତ ଧକ୍କା ଥିଲା। ମୁସା ନିପାତ ହେବା ଜମ୍ମୁ କାଶ୍ମୀରରେ ଏଲ୍‌ଇଟି ଇକୋସିଷ୍ଟମ୍‌ ପାଇଁ ଏକ ଶକ୍ତ ଧକ୍କା ବୋଲି ଗୃହ ମନ୍ତ୍ରାଳୟ ବର୍ଣ୍ଣନା କରିଥିଲା। ତେବେ ମୁସା ନିପାତ ହେବା ଘଟଣାର ପ୍ରତିଶୋଧ ନେବାପାଇଁ ଏଲ୍‌ଇଟି ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିପାରେ ବୋଲି ଗୁଇନ୍ଦା ସୂଚନା ମିଳିବାପରେ ଜମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି।

ପାକିସ୍ତାନ ସମର୍ଥିତ ଏହି ଆତଙ୍କବାଦୀ ଗୋଷ୍ଠୀ ସୁରକ୍ଷା ପ୍ରତିଷ୍ଠାନ, ଧାର୍ମିକ ସ୍ଥଳ, ଭିଭିଆଇପି, ପ୍ରବାସୀ ଶ୍ରମିକ ଏବଂ ମୁଖ୍ୟ ଓ ଗହଳିପୂର୍ଣ୍ଣ ବଜାରକୁ ଟା‌ର୍ଗେଟ୍‌ କରିପାରେ ବୋଲି ଗୁଇନ୍ଦା ଅଧିକାରୀ କହିଛନ୍ତି। ଏଥିପାଇଁ ଜମ୍ମୁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମୋବାଇଲ୍‌ ସର୍‌ପ୍ରାଇଜ୍‌ ଚେକ୍‌, ଗାଡ଼ିମୋଟର ସର୍ଚ୍ଚ, ନାଇଟ୍‌ ପାଟ୍ରୋଲିଂ ଆଦି ବଢ଼ାଯାଇଛି। ସମ୍ବେଦନଶୀଳ ସେକ୍ଟର୍‌ ଗୁଡ଼ିକରେ ଏଲ୍‌ଓସି ନିକଟରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ସୁରକ୍ଷା ସଂସ୍ଥା ଗୁଡ଼ିକ ମଧ୍ୟ ଜମ୍ମୁ କାଶ୍ମୀରରେ ଏବେ ସକ୍ରିୟ ଥିବା ପ୍ରାୟ ୩୫-୪୦ ବିଦେଶୀ ଆତଙ୍କବାଦୀଙ୍କୁ ଟାର୍ଗେଟ୍‌ କରିବା ଉପରେ ଫୋକସ୍‌ କରୁଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button