ଦେଶ ବିଦେଶ
SIR Controversy: ଏସ୍ଆଇଆର୍ ବିବାଦ : ସିଇସିଙ୍କୁ ନିଲମ୍ବନ କରିବାକୁ ମନାକଲେ ସୁପ୍ରିମ୍କୋର୍ଟ
ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କୌଣସି ଏକପାଖିଆ ଅନ୍ତରୀଣ ଆଦେଶ ଦେବାକୁ ମନା କରିଛନ୍ତି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କୌଣସି ଏକପାଖିଆ ଅନ୍ତରୀଣ ଆଦେଶ ଦେବାକୁ ମନା କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗମ୍ଭୀର ଅଭିଯୋଗ ଉପରେ ପ୍ରଥମେ ନିର୍ବାଚନ ଆୟୋଗ ଏବଂ ଅନ୍ୟ ପ୍ରତିପକ୍ଷଙ୍କ ଜବାବ ଲୋଡ଼ିଛନ୍ତି। ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାର, ଭାରତୀୟ ନିର୍ବାଚନ କମିସନ (ଇସିଆଇ), ସିଇସି ଜ୍ଞାନେଶ କୁମାର, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ, ବିବେକ ଯୋଶୀ, ଉପ-ନିର୍ବାଚନ କମିସନର ମନୀଷ ଗର୍ଗ ଏବଂ ଆଇଟି ମହାପ୍ରବନ୍ଧକ ସୀମା ଖାନ୍ନାଙ୍କୁ ନୋଟିସ୍ ଜାରି କରିଛନ୍ତି।
ସୌଜନ୍ୟ ସମ୍ବାଦ




