ଦେଶ ବିଦେଶ
Trade: ଭାରତ-ଆମେରିକା ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି
ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି। ଉଭୟ ପକ୍ଷ ଆଉ ଅଧିକ ରିହାତି ଦେବାକୁ ପ୍ରସ୍ତୁତ ନଥିବାରୁ ଏହା ଆଗକୁ ବଢ଼ିବା କଷ୍ଟକର। ତେବେ ଯଦି ଉଭୟ ପକ୍ଷଙ୍କୁ ସୁଯୋଗ ମିଳେ ତାହେଲେ ସେମାନେ ଏ ନେଇ ପଦକ୍ଷେପ ନେବେ।

ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି। ଉଭୟ ପକ୍ଷ ଆଉ ଅଧିକ ରିହାତି ଦେବାକୁ ପ୍ରସ୍ତୁତ ନଥିବାରୁ ଏହା ଆଗକୁ ବଢ଼ିବା କଷ୍ଟକର। ତେବେ ଯଦି ଉଭୟ ପକ୍ଷଙ୍କୁ ସୁଯୋଗ ମିଳେ ତାହେଲେ ସେମାନେ ଏ ନେଇ ପଦକ୍ଷେପ ନେବେ। ନୂଆଦିଲ୍ଲୀରେ ଅନୁଷ୍ଠିତ ମ୍ୟୁନିକ ଲିଡର୍ସ ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ଦ୍ବିପାକ୍ଷିକ ବାଣିଜ୍ୟ ଭାରତ ସପକ୍ଷରେ ରହିଛି।
ଅର୍ଥାତ ଭାରତ ଆମେରିକାକୁ ଅଧିକ ରପ୍ତାନି କରୁଛି ଏବଂ କମ୍ ଆମଦାନି କରୁଛି। ତେଣୁ ଏହି ଅସମତୁଲତାକୁ ସମତୁଲ କରିବାକୁ ଆମେରିକା ଚାହିବା ସ୍ବାଭାବିକ। ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ରାଜିନାମା ସମ୍ପର୍କରେ ସୀତାରମଣ କହିଥିଲେ ମୂଲଚାଲ ସମୟରେ ଘରୋଇ ସ୍ବାର୍ଥକୁ ସୁରକ୍ଷା ଦେବାର ଏହା ଏକ ପ୍ରମୁଖ ଉଦାହରଣ।
ସୌଜନ୍ୟ ସମ୍ବାଦ




