ଦେଶ ବିଦେଶ
Arrest: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଆନ୍ଧ୍ରପ୍ରଦେଶରେ ୨ ଗିରଫ
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୁଲିସ ଜଣେ ନୌସେନା କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଷଡ଼ଯନ୍ତ୍ରରେ ପ୍ରାୟ ୧୮ ସନ୍ଦିଗ୍ଧ ସାମିଲ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ନୌସେନାର...

ହାଇଦ୍ରାବାଦ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୁଲିସ ଜଣେ ନୌସେନା କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଷଡ଼ଯନ୍ତ୍ରରେ ପ୍ରାୟ ୧୮ ସନ୍ଦିଗ୍ଧ ସାମିଲ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ନୌସେନାର ବୋଲି ଜଣାପଡ଼ିଛି। ପୁଲିସ ଗିରଫ କରିଥିବା ୨ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଦୀପ ମୁଖାର୍ଜୀ ଯିଏ କି ବିଶାଖାପାଟନମ ନୌସେନା ଘାଟିର ଜଣେ କର୍ମଚାରୀ ଏବଂ ଆନ୍ନମ ସାଇ ବରପ୍ରସାଦ ଯିଏ କି ବିଶାଖାପାଟନମରେ ନୌସେନା ଅଧିକାରୀଙ୍କ ସହ ଜଡ଼ିତ ଥିବା ଜଣେ କଣ୍ଟ୍ରାକ୍ଟ ଡ୍ରାଇଭର୍।
ସୌଜନ୍ୟ ସମ୍ବାଦ




