Rahul Gandhi: ରାହୁଲଙ୍କ ‘ନୂତନ’ ରଣନୀତି: ୨ ମାସରେ ୩ ଥର ଅପ୍ରତ୍ୟାଶିତ ପ୍ରତିବାଦ
ବିରୋଧ ପ୍ରଦର୍ଶନରେ ଅପ୍ରତ୍ୟାଶିତ ମୋଡ଼ ଆଣିବା ରଣନୀତିକୁ ନୂଆ ରୂପ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନରେ ଅପ୍ରତ୍ୟାଶିତ ମୋଡ଼ ଆଣିବା ରଣନୀତିକୁ ନୂଆ ରୂପ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମଙ୍ଗଳବାର ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଅଭିମୁଖେ ଇଣ୍ଡିମେଣ୍ଟର ପ୍ରତିବାଦ ମାର୍ଚ୍ଚ ସମୟରେ ପୁଲିସ ରାସ୍ତା ଅଟକାଇବା ପରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ହଠାତ୍ ଆକାଶବାଣୀ ଭବନ ପରିସର କୁ ପ୍ରବେଶ କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟା ଧରି ଧାରଣା ଦେବା ଘଟଣା ରାହୁଲଙ୍କ ନୂଆ ପ୍ରତିବାଦ ରଣନୀତି ଭାବେ ଚର୍ଚ୍ଚାକୁ ଆସିଛି।
ନିର୍ବାଚନ ଆୟୋଗ ମୁଖ୍ୟାଳୟ ଅଭିମୁଖେ ବିରୋଧୀଙ୍କ ମାର୍ଚ୍ଚ ପାଇଁ ଦିଲ୍ଲୀ ପୁଲିସ ଓ ଅର୍ଦ୍ଧସାମରିକ ବଳ ବ୍ୟାପକ ଭାବେ ମୁତୟନ ହୋଇଥିଲେ। ରାସ୍ତାରେ ବ୍ୟାରିକେଡ୍ ମଧ୍ୟ ଲଗାଯାଇଥିଲା। ରାହୁଲ ବ୍ୟାରିକେଡ୍ ଉପରକୁ ଚଢ଼ି ତ୍ରିରଙ୍ଗା ଦେଖାଇଥିଲେ। ପରେ ପୁଲିସ ବିରୋଧୀ ନେତାମାନଙ୍କୁ ଅଟକାଇ ବସ୍ରେ ନେବା ଆରମ୍ଭ କରିଥିଲା। ଏହି ସମୟରେ ପ୍ରିୟଙ୍କା ଏକ ବସ୍ରେ ଚଢ଼ିଥିଲେ ଏବଂ ରାହୁଲ ମଧ୍ୟ ସେଥିରେ ଯିବାକୁ ଉଦ୍ୟମ କରୁଥିଲେ। ହଠାତ୍ ଉଭୟେ ଦିଗ ବଦଳାଇ ନିକଟସ୍ଥ ଆକାଶବାଣୀ ଭବନ ଆଡ଼କୁ ଯାଇଥିଲେ।
ସୌଜନ୍ୟ ସମ୍ବାଦ




