ଦେଶ ବିଦେଶ

Attack: ରୁଷ ଆକ୍ରମଣରେ ୟୁକ୍ରେନ୍‌ରେ ୮ ନିହତ, ବହୁ ଆହତ

ରୁଷ୍‌ର ମିସାଇଲ ଓ ଡ୍ରୋନ ଆକ୍ରମଣ ଗତରାତିରେ କିବ୍ ଓ ୟୁକ୍ରେନର ଅନ୍ୟ ସହରରେ ଆବାସିକ ଓ ନାଗରିକ ସ୍ଥଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ଅତି କମରେ ଆଠ ଜଣ ନିହତ ହୋଇଛନ୍ତି ବୋଲି ୟୁକ୍ରେନ ଅଧିକାରୀମାନେ କହିଛନ୍ତି।

କିଭ୍‌: ରୁଷ୍‌ର ମିସାଇଲ ଓ ଡ୍ରୋନ ଆକ୍ରମଣ ଗତରାତିରେ କିବ୍ ଓ ୟୁକ୍ରେନର ଅନ୍ୟ ସହରରେ ଆବାସିକ ଓ ନାଗରିକ ସ୍ଥଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ଅତି କମରେ ଆଠ ଜଣ ନିହତ ହୋଇଛନ୍ତି ବୋଲି ୟୁକ୍ରେନ ଅଧିକାରୀମାନେ କହିଛନ୍ତି। ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ଏକ୍ସରେ ରୁଷ୍‌ ଏକ ବୃହତ ଆକ୍ରମଣ ପ୍ରସ୍ତୁତ କରୁଛି ବୋଲି ଚେତାବନୀ ଦେଇଥିବା ପରଦିନ ଏହି ଆକ୍ରମଣ ହୋଇଛି।

ଉତ୍ତରାଞ୍ଚଳର ଚେର୍ନିହିଭ ଅଞ୍ଚଳର ପ୍ରିଲୁକି ସହରରେ ଏକ ମିସାଇଲ ଏକ ଉଚ୍ଚ ବହୁତଳ ଆପାର୍ଟମେଣ୍ଟ ଭବନକୁ ମାଡ଼ ହୋଇଛି ଏବଂ ବ୍ୟାପକ କ୍ଷତି ଘଟିଛି। ସେଠାରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଏ ବାବଦ ପ୍ରକୃତ ସଂଖ୍ୟା ପ୍ରଘଟ କରାଯାଇନାହିଁ। ଧ୍ୱଂସାବଶେଷ ହଟାଇବା କାର୍ଯ୍ୟ ଚାଲିଛି। ରାଜ୍ୟ ଜରୁରୀକାଳୀନ ସେବାର ପ୍ରାଥମିକ ସୂଚନା ଅନୁଯାୟୀ ସେଠାରେ ଅତି କମରେ ଚାରି ଜଣ ନିହତ ହୋଇଛନ୍ତି ଏବଂ ତିନି ଶିଶୁ ସମେତ ୨୦ ଜଣ ଆହତ ହୋଇଛନ୍ତି। କିବ୍‌ରେ ବାଲିଷ୍ଟିକ ମିସାଇଲ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button