ଦେଶ ବିଦେଶ

Buchich: ମୋଦୀଙ୍କୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି: ବୁଚିଚ୍‌ଙ୍କ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱ ମଞ୍ଚରେ ଏକ ପ୍ରମୁଖ ଶକ୍ତିରେ ପରିଣତ କରିଥିବା ବେଳେ ତାଙ୍କୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ସର୍ବିଆର ପୂର୍ବତନ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ବୁଚିଚ୍‌।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱ ମଞ୍ଚରେ ଏକ ପ୍ରମୁଖ ଶକ୍ତିରେ ପରିଣତ କରିଥିବା ବେଳେ ତାଙ୍କୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ସର୍ବିଆର ପୂର୍ବତନ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ବୁଚିଚ୍‌। ବୁଧବାର ମୋଦୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବା ଅବସରରେ ବୁଚିଚ୍‌ଙ୍କ ଏକ ପଡ୍‌କାଷ୍ଟ୍‌ ମନ୍ତବ୍ୟର ଭିଡିଓ ବ୍ୟାପକ ଭାବେପ୍ରସାରିତହୋଇଛି।

ବୁଚିଚ୍‌ କହିଛନ୍ତି, ମୋଦୀ ଭାରତକୁ ଏକ ବଡ଼ ବିଶ୍ୱ ଶକ୍ତିରେ ପରିଣତ କରିଛନ୍ତି ଏବଂ ଅନେକ ବଡ଼ ସଫଳତା ହାସଲ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ଅନୁସରଣ କରିବାକୁ ମୋଦୀ ଉଦ୍ୟମ କରୁଥିବା ସେ କହିଛନ୍ତି। ମୋଦୀଙ୍କ ନେତୃତ୍ୱ ଯୋଗୁଁ ଭାରତ ବିଶ୍ୱ ମଞ୍ଚରେ ଏତେ ଗୁରୁତ୍ୱ ହାସଲ କରିଛି ବୋଲି ବୁଚିଚ୍‌ ମତ ଦେଇଛନ୍ତି। ବିଶ୍ୱରେ ଲୋକପ୍ରିୟ ନେତାମାନଙ୍କୁ ଦୁର୍ବଳ କରିବାର ଉଦ୍ୟମ ଏକ ଧାରାରେ ପରିଣତ ହୋଇଥିବା ବୁଚିଚ୍‌ କହିଛନ୍ତି। ମୋଦୀଙ୍କ ବିରୋଧରେ ମଧ୍ୟ ଏଭଳି ଉଦ୍ୟମ ହେଉଛି ବୋଲି ସେ ଦାବି କରିଥିଲେ। ତେବେ ମୋଦୀଙ୍କୁ କିଏ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି କିମ୍ବା କେଉଁ ଉପାୟରେ ଏଭଳି ଉଦ୍ୟମ ହେଉଛି, ସେ ସମ୍ପର୍କରେ ସେ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button