Politics: ‘ବିଭାଜନକାରୀ ଭୋଟ ରାଜନୀତି ଦେଶପାଇଁ ବଡ଼ ଆହ୍ବାନ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ବିକଶିତ ଭାରତ ସଂକଳ୍ପ ସଭା’ରେ ସରକାରଙ୍କ ମୁଖ୍ୟ ଭାବେ ୨୫ ବର୍ଷର ସେବା ପୂର୍ତ୍ତି ଅବସରରେ ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋନା କରିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ବିକଶିତ ଭାରତ ସଂକଳ୍ପ ସଭା’ରେ ସରକାରଙ୍କ ମୁଖ୍ୟ ଭାବେ ୨୫ ବର୍ଷର ସେବା ପୂର୍ତ୍ତି ଅବସରରେ ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋନା କରିଛନ୍ତି। ସମାଜକୁ ଭୋଟ୍ ଆଧାରରେ ବିଭାଜିତ କରିବା ପ୍ରବୃତ୍ତିକୁ ଦେଶ ପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ୟା ଯଦି ସମସ୍ତଙ୍କର, ତେବେ ଏହାର ସମାଧାନ ମଧ୍ୟ ସମସ୍ତଙ୍କ ପାଇଁ ହେବା ଉଚିତ। ନିଜର ଦୀର୍ଘ ରାଜନୈତିକ ଯାତ୍ରା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ ବିରୋଧୀ ଏବଂ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କକୁ ଗଣତନ୍ତ୍ରର ଅସଲ ଶକ୍ତି ବୁଝିବାରେ ଏବଂ ନିଜ ଭିତରକୁ ଚାହିଁ ଆତ୍ମସମୀକ୍ଷା କରିବାରେ ବେଶ୍ ସାହାଯ୍ୟ କରିଛନ୍ତି। ଜନସାଧାରଣଙ୍କ ନିକଟରୁ ପାଇଥିବା ମୋଟ ପୁଞ୍ଜି ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରର ଅଟେ ବୋଲି ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ବିଗତ ବର୍ଷଗୁଡ଼ିକରେ ତାଙ୍କ ରାଜନୈତିକ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିବା ୨୦୦୧ ମସିହାର ଭୁଜ୍ ଭୂକମ୍ପ, ଚନ୍ଦ୍ରଯାନ ଅଭିଯାନର ବିଫଳତାରୁ ଶିଖିଥିବା ଅନୁଭୂତି ଏବଂ କୋଭିଡ-୧୯ ମହାମାରୀ ସମୟରେ ଦେଶର ସାମୂହିକରକ୍ଷା କବଚ ବାବଦରେ ଉଲ୍ଲେଖ କରିଛନ୍ତି। ଏହିସହିତ ସେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ଅଲିମ୍ପିକ୍ସ ଆୟୋଜନ ଏବଂ ମହାକାଶରେ ପାଦ ଥାପିବା ନେଇ ଦୃଢ଼ ଦୂରଦୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି। ୨୦୧୪ ପୂର୍ବର ୟୁପିଏ ସରକାର ଅମଳର ନୀତିଗତ ଅକ୍ଷମତା ସହ ତୁଳନା କରି ସେ ଜଣାଇଛନ୍ତି ଯେ ବର୍ତ୍ତମାନ ଦେଶରେ ‘ସଂସ୍କାର ଓ ସୁଧାର ଏକ୍ସପ୍ରେସ’ ଚାଲିଛି। କୃଷି କ୍ଷେତ୍ରରେ ବିକାଶର ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ବର୍ତ୍ତମାନ ଦେଶ ଆମଦାନି ବଦଳରେ ରପ୍ତାନି କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ କରଉଛି।
ସୌଜନ୍ୟ ସମ୍ବାଦ




