ରାଜ୍ୟ

Odisha maritime hub: ଓଡ଼ିଶା ପାଲଟିବ ସାମୁଦ୍ରିକ ଓ ଲଜିଷ୍ଟିକ୍ସ ହବ୍,ପାଇପଲାଇନରେ ୫୦ ହଜାର କୋଟିର ମାରିଟାଇମ୍ ନିବେଶ

ଭୁବନେଶ୍ୱର,୦୮\୧୦: ଓଡ଼ିଶାର ପୂର୍ବାଞ୍ଚଳ ଉପକୂଳ ଏକ ପ୍ରମୁଖ ସାମୁଦ୍ରିକ ନିବେଶ ହବ୍ ଭାବେ ଉଭା ହେଉଛି । ବନ୍ଦର ସମ୍ପ୍ରସାରଣ, ନୂଆ ବନ୍ଦର ବିକାଶ ଏବଂ ଜାହାଜ ନିର୍ମାଣ ଭିତ୍ତିଭୂମି ବାବଦ ୫୦ ହଜାର କୋଟିରୁ ଊଦ୍ଧ୍ୱର୍ ନିବେଶ ପାଇପଲାଇନରେ ରହିଛି । ପାରାଦୀପ ବନ୍ଦରର ପରବର୍ତ୍ତୀ ପର୍ଯ୍ୟାୟ କ୍ଷମତା ସମ୍ପ୍ରସାରଣ, ଗଞ୍ଜାମ ଜିଲ୍ଲାରେ ପ୍ରସ୍ତାବିତ ବାହୁଦା ବନ୍ଦର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜାହାଜ ନିର୍ମାଣ କ୍ଲଷ୍ଟର ବାବଦ ଏହି ପୁଞ୍ଜି ନିବେଶ ହେବ । ଏଥିସହିତ ରାଜ୍ୟର ତଟରେଖା ଏକ ବହୁମୁଖୀ ମାରିଟାଇମ୍ ଏବଂ ଲଜିଷ୍ଟିକ୍ସ ହବରେ ରୂପାନ୍ତର ହେବା ନେଇ ସଂକେତ ମିଳୁଛି । ପାରାଦୀପ ପାଇଁ ନିବେଶ ପାଇପଲାଇନରେ ରହିଛି ୩୦୦୫ କୋଟିର ଡିପ୍-ଡ୍ରାଫ୍ଟ ୱେଷ୍ଟର୍ଣ୍ଣ ଡକ୍ । ଏହା ମାଧ୍ୟମରେ ଅତିରିକ୍ତ ୨୫ ନିୟୁତ ଟନ(ବାର୍ଷିକ) କ୍ଷମତା ଯୋଡ଼ିହେବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button