ରାଜ୍ୟ

Mahalaya :ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ ଅର୍ପଣ ପାଇଁ ଶ୍ରୀକ୍ଷେତ୍ର ଏବଂ ଏକାମ୍ର କ୍ଷେତ୍ରରେ ଭଡ଼ି

ପୁରୀ, ୧୦/୧୦: ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ପିଣ୍ଡଦାନ ଓ ତର୍ପଣ କରିବାର ପରମ୍ପରା ରହିଛି। ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଥିବାରୁ ବିଭିନ୍ନ ତୀର୍ଥକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ଶ୍ରୀକ୍ଷେତ୍ରରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରିବା ପାଇଁ ଶ୍ରଦ୍ଧାଳୁମାନେ ପୁରୀର ବିଭିନ୍ନ ତୀର୍ଥସ୍ଥାନ ଓ ପୁଷ୍କରିଣୀରେ ଭିଡ଼ ଜମାଇଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button