Jacket: ପାରମ୍ପରିକ ପୋଷାକ ଉପରେ ଜ୍ୟାକେଟ୍
ଏପାର୍ବଣ ଋତୁରେ ଫ୍ୟାସନ୍କୁ ନେଇ ବଲିଉଡ୍ ସେଲିବ୍ରିଟିଙ୍କ ଏକ ନୂଆ ଟ୍ରେଣ୍ଡ୍ ଧ୍ୟାନ ଆକର୍ଷଣ କରିଛି। ଅଭିନେତ୍ରୀମାନେ ଶାଢ଼ି, କୁର୍ତ୍ତା ଓ ଲେହେଙ୍ଗା ଉପରେ ଜ୍ୟାକେଟ୍ ପିନ୍ଧି ନିଜ ଲୁକ୍କୁ ଆକର୍ଷଣୀୟ କରୁଛନ୍ତି।

ଏପାର୍ବଣ ଋତୁରେ ଫ୍ୟାସନ୍କୁ ନେଇ ବଲିଉଡ୍ ସେଲିବ୍ରିଟିଙ୍କ ଏକ ନୂଆ ଟ୍ରେଣ୍ଡ୍ ଧ୍ୟାନ ଆକର୍ଷଣ କରିଛି। ଅଭିନେତ୍ରୀମାନେ ଶାଢ଼ି, କୁର୍ତ୍ତା ଓ ଲେହେଙ୍ଗା ଉପରେ ଜ୍ୟାକେଟ୍ ପିନ୍ଧି ନିଜ ଲୁକ୍କୁ ଆକର୍ଷଣୀୟ କରୁଛନ୍ତି। ପାରମ୍ପରିକ ଭାରତୀୟ ପୋଷାକ ସହ ଜ୍ୟାକେଟ୍ର ମିଶ୍ରଣ ଏକ ନୂଆ ଷ୍ଟାଇଲ୍ ତିଆରି କରୁଛି। ନିକଟରେ ଏକ ପୁରସ୍କାର ସମାରୋହରେ ଡିଜାଇନର୍ ଗଜଲ ଗୁପ୍ତାଙ୍କ ଏମ୍ବ୍ରୋଏଡରି ଜ୍ୟାକେଟ୍ ପିନ୍ଧି ନଜର ଆସିଥିଲେ ଅଭିନେତ୍ରୀ ଜେନେଲିଆ ଦେଶମୁଖ। ନାଲି ରଙ୍ଗର କପଡ଼ା ଉପରେ ନୀଳ ରଂଗର ମୟୂର ଡିଜାଇନ୍ ଜ୍ୟାକେଟ୍ଟିକୁ ଏକ ଭିନ୍ନ ଲୁକ୍ ଦେଇଥିଲା। ଏକ ସାଧାରଣ ସ୍କଟ୍କୁ ମ୍ୟାଚ୍ କରି ଜେନେଲିଆ ପିନ୍ଧିଥିବା ଜ୍ୟାକେଟ୍ଟି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ବାରା ପ୍ରସ୍ତୁତ ଲେପାର୍ଡ ପ୍ରିଣ୍ଟ୍ ଶାଢ଼ି ସହ ସମାନ ଲେପାର୍ଡ ପ୍ରିଣ୍ଟ୍ର ଜ୍ୟାକେଟ୍ ପରିଧାନ କରିଥିବାର ନଜର ଆସିଥିଲେ ଅଭିନେତ୍ରୀ କରୀନା କପୁର ଖାଁ। ତା’ ସହିତ ସେ ବେକରେ ହୀରା, ରୁବି ଓ ପନ୍ନା ବ୍ୟବହୃତ ଏକ ଓଜନିଆ ହାର ପକାଇଥିଲେ। ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅନଶୁଲା କପୁରଙ୍କ ବିବାହ ଉତ୍ସବରେ ଏକ ଭିନ୍ନ ଫ୍ୟାସନ୍ ଲୁକ୍ରେ ନଜର ଆସିଥିଲେ ଅଭିନେତ୍ରୀ ସୋନମ କପୁର। ସାମ୍ପେନ୍-ବେଜ୍ ରଙ୍ଗର ଏକ କୁର୍ତ୍ତା ସେଟ୍ ସହ ସୋନମ ପରିଧାନ କରିଥିବା ଲମ୍ବା ଓ ଖୋଲା ସ୍କର୍ଟ ବେଶ୍ ସୁନ୍ଦର ଦିଶୁଥିଲା। ଡିଜାଇନର୍ ଅନାମିକା ଖାନ୍ନାଙ୍କ ଦ୍ବାରା ପ୍ରସ୍ତୁତ ସେହି ବାଇଗଣୀ କେପ୍ ପିନ୍ଧି ସେ ବେଶ୍ ନିଆରା ଦିଶୁଥିଲେ। ସେହିପରି କରିସ୍ମା କପୁର ମଧ୍ୟ ଏକ କାର୍ଯ୍ୟକ୍ରମରେ ନିଆରା ଲୁକ୍ରେ ନଜର ଆସିଥିଲେ। ଶାଢ଼ି ଉପରେ ଓଭରସାଇଜ୍ ବ୍ଲେଜର୍ ପିନ୍ଧି ସେ ପାରମ୍ପରିକ ଓ ଆଧୁନିକ ଫ୍ୟାସନ୍ର ଏକ ସୁନ୍ଦର ମିଶ୍ରଣ ସୃଷ୍ଟି କରିଥିଲେ।
ସୌଜନ୍ୟ ସମ୍ବାଦ




