ମନୋରଞ୍ଜନ

Akshaya Mohanty: ଆଜି ଜନ୍ମଦିନ: ଅକ୍ଷୟ ମହାନ୍ତି

୧୯୩୭ ମସିହା ଆଜି ଦିନରେ ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଆଧୁନିକ ଓଡ଼ିଆ ସଂଗୀତ ଜଗତ୍‍ର କିଂବଦନ୍ତି ପୁରୁଷ ଅକ୍ଷୟ ମହାନ୍ତି। ପିଲାବେଳୁ ବଡ଼ ଭଉଣୀ ସୁଲକ୍ଷଣାଙ୍କ ପ୍ରଭାବରେ ତାଙ୍କ ଭିତରେ ଗୀତ ପ୍ରତି ଅହେତକୁ ଆକର୍ଷଣ ସୃଷ୍ଟି ହୋଇଥିଲା।

୧୯୩୭ ମସିହା ଆଜି ଦିନରେ ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଆଧୁନିକ ଓଡ଼ିଆ ସଂଗୀତ ଜଗତ୍‍ର କିଂବଦନ୍ତି ପୁରୁଷ ଅକ୍ଷୟ ମହାନ୍ତି। ପିଲାବେଳୁ ବଡ଼ ଭଉଣୀ ସୁଲକ୍ଷଣାଙ୍କ ପ୍ରଭାବରେ ତାଙ୍କ ଭିତରେ ଗୀତ ପ୍ରତି ଅହେତକୁ ଆକର୍ଷଣ ସୃଷ୍ଟି ହୋଇଥିଲା। ଷ୍ଟୁଆର୍ଟ ସାଇନ୍‍ସ କଲେଜରେ ଆଇ.ଏସ୍‍ସି. ଓ  ରେଭେନ୍‍ସା କଲେଜରେ ବି.ଏ. ପଢ଼ିବା ପରେ ସେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ କିଛି ବର୍ଷ ପରେ ସଂଗୀତ ପାଇଁ ଚାକିରି ଛାଡ଼ିଦେଇଥିଲେ। କୌଣସି ପ୍ରକାର ଆନୁଷ୍ଠାନିକ ସଂଗୀତ ଶିକ୍ଷା ବିନା ସେ ସଂଗୀତ ଜଗତ୍‍ରେ ଏକ ବିପ୍ଳବ ସୃଷ୍ଟି କରିପାରିଥିଲେ। ‘ମା’ (୧୯୫୮) ଚଳଚ୍ଚିତ୍ରର ‘ଗୋରୀ ଗୋରୀ ଗୋରୀ’ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଂଗୀତ। ‘ମଲାଜହ୍ନ’ (୧୯୬୬) ଚଳଚ୍ଚିତ୍ରରେ ସେ ପ୍ରଥମେ ସଂଗୀତ ନିର୍ଦେଶନା ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button