ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନ ସହ କଥା ହେଲେ NSA ଅଜିତ ଡୋଭାଲ
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ଥିବା ବେଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଇରାନ ସହିତ କଥା ହୋଇଛନ୍ତି। ସେ ଇରାନର ଏନ୍ଏସ୍ଏ ମୋହସେନ ରେଜାଇଙ୍କ ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ବିଷୟରେ ସୋମବାର ଦିନ ଫୋନ୍...

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ଥିବା ବେଳେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଇରାନ ସହିତ କଥା ହୋଇଛନ୍ତି। ସେ ଇରାନର ଏନ୍ଏସ୍ଏ ମୋହସେନ ରେଜାଇଙ୍କ ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ବିଷୟରେ ସୋମବାର ଦିନ ଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଭାରତ ଏବଂ ଇରାନର ବହୁତ ଭଲ ସମ୍ପର୍କ ରହିଛି। କିନ୍ତୁ ଯୁଦ୍ଧ ଯୋଗୁଁ ବାଣିଜ୍ୟ ପ୍ରଭାବିତ ହୋଇଛି। ସାମ୍ପ୍ରତିକ ଆଲୋଚନା ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ କେନ୍ଦ୍ରିତ ଥିଲା।
ଇରାନ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି ଯେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ ସୋମବାର ସନ୍ଧ୍ୟାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି।
କ’ଣ କହିଲା ଇରାନ?
ଦୂତାବାସ ଲେଖିଛି, ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଡକ୍ଟର ମୋହସେନ ରେଜାଇ ଆଜି ସନ୍ଧ୍ୟାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି, ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଷୟ ଏବଂ ସଦ୍ୟତମ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ମତାମତ ବାଣ୍ଟିଛନ୍ତି।
ସୌଜନ୍ୟ ସମ୍ବାଦ




