ଦେଶ ବିଦେଶ

Delhi Weather: ଆଜିଠୁ ବଦଳିବ ପାଗ! ୟୁପି-ଦିଲ୍ଲୀରେ ବର୍ଷା ସହ କୁଆପଥର ମାଡ଼, ପାହାଡ଼ରେ ବରଫ ବର୍ଷା

ଦେଶର ପାଣିପାଗରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। କେଉଁଠି ବର୍ଷା ସାଙ୍ଗକୁ କୁଆପଥର ମାଡ଼ ତ ଆଉ କେଉଁଠି ବରଫ ବର୍ଷା। ଉତ୍ତର ଭାରତରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗ ବଦଳିବାକୁ ଯାଉଥିବାବେଳେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ବର୍ଷା ସହ ପ୍ରବଳ ପବନ ବହିବାର ଆଶଙ୍କା ରହିଛି।

ନୂଆଦିଲ୍ଲୀ:  ଦେଶର ପାଣିପାଗରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। କେଉଁଠି ବର୍ଷା ସାଙ୍ଗକୁ କୁଆପଥର ମାଡ଼ ତ ଆଉ କେଉଁଠି ବରଫ ବର୍ଷା। ଉତ୍ତର ଭାରତରେ ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ପାଣିପାଗ ବଦଳିବାକୁ ଯାଉଥିବାବେଳେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ବର୍ଷା ସହ ପ୍ରବଳ ପବନ ବହିବାର ଆଶଙ୍କା ରହିଛି। ଅନ୍ୟପଟେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ମୌସୁମୀ ଫେରିବା ଆରମ୍ଭ କରିଛି। ଦିଲ୍ଲୀ-ଏନ୍‌ସିଆର୍‌ରେ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ଛୁଇଁବା ନେଇ ମଧ୍ୟ ଆକଳନ କରାଯାଇଛି।

ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ଦିଲ୍ଲୀର କିଛି ସ୍ଥାନରେ ଅକ୍ଟୋବର ୧୪ ଓ ୧୫ ତାରିଖରେ କୁଆପଥର ମାଡ଼ ହେବାର ସତର୍କତା ଜାରି ହୋଇଛି। ପଶ୍ଚିମ ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ଅଞ୍ଚଳରେ ମଧ୍ୟ ବର୍ଷା ସହ ଜୋର୍‌ରେ ପବନ ବହିପାରେ। ସେପଟେ ପାହାଡ଼ିଆ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାର ସଙ୍କେତ ମିଳିଛି। ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗାମୀ ଦୁଇ ଦିନ ବର୍ଷା ସହ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇପାରେ। ଏହାଦ୍ୱାରା ତାପମାତ୍ରା ଆହୁରି ଖସିବା ସହ ଥଣ୍ଡା ଅନୁଭୂତ ହୋଇପାରେ। ଏପଟେ ଦିଲ୍ଲୀରେ ଅକ୍ଟୋବର ମାସର ବର୍ଷା ଗତ ୪ ବର୍ଷର ରେକର୍ଡ ଭାଙ୍ଗିଛି। ସଫଦରଜଙ୍ଗ ପାଣିପାଗ କେନ୍ଦ୍ରରେ ୨୪ ଘଣ୍ଟାରେ ୪୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ବର୍ଷା ପରେ ତାପମାତ୍ରା ଖସିବାରୁ ଲୋକେ ଶୀତ ଅନୁଭବ କରିଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପୂର୍ବ ଭାରତର କିଛି ରାଜ୍ୟରୁ ମୌସୁମୀ ଫେରିବା ଆରମ୍ଭ କରିଛି। ତେଣୁ ଆଗାମୀ ଦିନରେ କେଉଁଠି ବର୍ଷା ତ କେଉଁଠି ଶୀତର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button